ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଓଡ଼ିଶା ସିଏଜି ରିପୋର୍ଟ ୨୦୨୨-୨୩ : ଖର୍ଚ୍ଚ ହେଲାନି ୩୯,୫୯୬ କୋଟି, କିଛି ଯୋଜନା ଆଦୌ କାର୍ଯ୍ୟକାରୀ ହୋଇନାହିଁ

Published By : Prameya | February 10, 2024 9:45 AM

ଭୁବନେଶ୍ୱର,୧୦/୦୨: ୨୦୨୨-୨୩  ଆର୍ଥିକ ବର୍ଷରେ ରାଜ୍ୟରେ କେତେକ ଯୋଜନାର କାର୍ଯ୍ୟାନ୍ୱୟନରେ ମନ୍ଥରତା ଦେଖିବାକୁ ମିଳିଛି। ଏହାସହିତ କିଛି କାର୍ଯ୍ୟକ୍ରମ  କାର୍ଯ୍ୟକାରୀ ନ ହେବା ଯୋଗୁ ଆବଣ୍ଟିତ  ରାଶିର ପୂର୍ଣ୍ଣ ବିନିଯୋଗ ହୋଇପାରିନାହିଁ ।  ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ  (ସିଏଜି) ରିପୋର୍ଟରୁ ଏହା ଜଣାପଡ଼ିଛି ।  

ରିପୋର୍ଟ ଅନୁସାରେ ୨୦୨୨- ୨୩ ଆର୍ଥିକବର୍ଷରେ ରାଜ୍ୟର ବିଭିନ୍ନ  ବିଭାଗଗୁଡ଼ିକ ଅନୁମୋଦିତ ରାଶିର ସମ୍ପୂର୍ଣ୍ଣ  ବିନିଯୋଗ କରିପାରି ନାହାନ୍ତି । ଆଲୋଚ୍ୟ  ଆର୍ଥିକବର୍ଷ ପାଇଁ ମୂଳ ଅନୁଦାନ ବା ଗ୍ରାଣ୍ଟ  ଭାବେ ୨,୦୬,୮୭୬.୩୫ କୋଟି ଟଙ୍କା  ଆବଣ୍ଟନ କରାଯାଇଥିଲା । ଏହାପରେ  ଅତିରିକ୍ତ ଗ୍ରାଣ୍ଟ ଭାବେ ୧୬,୮୦୦  କୋଟି ଟଙ୍କା ମଞ୍ଜୁର ହୋଇଥିଲା ।  ଏଥିସହିତ ମୋଟ ୨,୨୩,୬୭୬.୩୫  କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରି  ମିଳିଥିଲା । କିନ୍ତୁ ପ୍ରକୃତ ବ୍ୟୟ ହୋଇଛି  ୧,୮୪,୦୮୦.୮୩ କୋଟି । ଅର୍ଥାତ୍‌  ବିଭାଗଗୁଡ଼ିକ ଦ୍ୱାରା ମୋଟ ୩୯,୫୯୫.୫୨  କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ  । 

୨୦୧୮-୧୯ରୁ ଲଗାତର ୫ ବର୍ଷ ଧରି  ମୋଟ ବ୍ୟୟବରାଦର ସମ୍ପୂର୍ଣ୍ଣ ବିନିଯୋଗ  ହୋଇ ନ ଥିବା ସିଏଜି ରିପୋର୍ଟରୁ  ଜଣାପଡ଼ିଛି । ୨୦୧୮-୧୯ରେ ମୋଟ  ବରାଦର ୧୮,୮୯୬ କୋଟି ଖର୍ଚ୍ଚ ହୋଇ ନ  ଥିଲା । ୨୦୧୯-୨୦ରେ ଏହା ୩୦,୪୬୩  କୋଟି ଟଙ୍କା ଥିଲା। ୨୦୨୦-୨୧ରେ ଏହା  ୪୩,୫୫୪ କୋଟି ଟଙ୍କା ଥିବାବେଳେ  ୨୦୨୧-୨୨ ଆର୍ଥିକବର୍ଷରେ ଗ୍ରାଣ୍ଟ ରାଶିର  ୩୭,୭୦୭ କୋଟି ଟଙ୍କା ଖର୍ଚ୍ଚ ହୋଇ ନ  ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  

ରିପୋର୍ଟ ଅନୁସାରେ ୨୦୨୨- ୨୩ରେ ପଞ୍ଚାୟତିରାଜ ଓ ପାନୀୟ ଜଳ  ବିଭାଗ, ବିଜ୍ଞାନ ଓ ପ୍ରଯୁକ୍ତି, ମହିଳା ଓ  ଶିଶୁ ବିକାଶ, ଏମ୍‌ଏସ୍‌ଏମ୍‌ଇ, ବିପର୍ଯ୍ୟୟ  ପରିଚାଳନା ଆଦି ବିଭାଗଗୁଡ଼ିକ  ଅନୁମୋଦିତ ବଜେଟ୍‌ ଅନୁମାନର  ବୃହତ୍‌ ଭାଗ ବିନିଯୋଗ କରିନାହାନ୍ତି । 

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ  ପାଇଁ ମୋଟ ୨୧,୫୮୧.୭୯ କୋଟି ଟଙ୍କାର  ବ୍ୟୟବରାଦ କରାଯାଇଥିବାବେଳେ ବିଭାଗ  ମାତ୍ର ୧୧,୯୭୮.୪୨ କୋଟି ଟଙ୍କା ବ୍ୟୟ  କରିଛି । ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତି  ବିଭାଗ ପାଇଁ ୧୮୯.୩୩ କୋଟି ଟଙ୍କା  ଆବଣ୍ଟନ କରାଯାଇଥିବାବେଳେ  ଏହା ମାତ୍ର ୮୯.୯୭  କୋଟି ଟଙ୍କା ଖର୍ଚ୍ଚ  କରିଛି । ମହିଳା ଓ  ଶିଶୁ ବିକାଶ ବିଭାଗ  ପାଇଁ ୩,୬୫୬.୪୧  କୋଟି ଟଙ୍କା ବରାଦ  କରାଯାଇଥିବାବେଳେ  ବିଭାଗର ପ୍ରକୃତ ବ୍ୟୟ  ରହିଛି ୨,୯୩୯.୬୦  କୋଟି । ଏମ୍‌ଏସ୍‌ଏମ୍‌ଇ ବିଭାଗ  ମଧ୍ୟ ଉଲ୍ଲେଖନୀୟ ବ୍ୟୟ କରିପାରିନାହିଁ ।  ବିଭାଗ ପାଇଁ ୫୩୩.୧୭ କୋଟି ଟଙ୍କା  ଆବଣ୍ଟନ କରାଯାଇଥିବାବେଳେ ଏହା  ମାତ୍ର ୧୪୮.୪୮ କୋଟି ଟଙ୍କା ଖର୍ଚ୍ଚ  କରିଛି । ସେହିଭଳି ବିପର୍ଯ୍ୟୟ  ପରିଚାଳନା ବିଭାଗ ପାଇଁ  ୯୧୦୭.୮୩ କୋଟି  ଟଙ୍କା ଆବଣ୍ଟନ  କରାଯାଇଥିବାବେଳେ  ଏହାର ପ୍ରକୃତ  ବ୍ୟୟ ରହିଛି  ୩,୦୩୭.୦୩ କୋଟି । 

ରିପୋର୍ଟ ଅନୁସାରେ, ୨୦୨୨-୨୩  ଆର୍ଥିକବର୍ଷରେ ମୋଟ ୧,୮୪,୦୮୧  କୋଟି ଟଙ୍କାର ବ୍ୟୟ ମଧ୍ୟରୁ ୭୩% ରାଜସ୍ୱରୁ  ଖର୍ଚ୍ଚ ହୋଇଛି । ସେହିଭଳି ୧୮% ପୁଞ୍ଜିଗତ  ବ୍ୟୟ ଥିବାବେଳେ ସରକାରୀ ଋଣରୁ ୮%,  ୧% ଋଣ ଓ ଅଗ୍ରିମରୁ ବ୍ୟୟ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.