ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ହାତୁଡ଼ିରେ ପିଟି ପିଟି ମାରିଦେଲେ ନିରାଶ୍ରୟ ବ୍ୟକ୍ତି

ନୂଆଦିଲ୍ଲୀ, ୨୯/୦୧: ଯିଏ ଆଶ୍ରୟ ଦେଇଥିଲେ, ତାଙ୍କୁ ହିଁ ମାରିଦେଲେ । ଆମେରିକାର ଜର୍ଜିଆରେ ୨୫ ବର୍ଷୀୟ ଭାରତୀୟ ଛାତ୍ର ବିବେକ ସାଇନିଙ୍କୁ ବିଭତ୍ସ ହତ୍ୟା କରାଯାଇଛି । ବିବେକଙ୍କୁ ହତ୍ୟା କରିଛନ୍ତି ଜଣେ ନିରାଶ୍ରୟ ବ୍ୟକ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ନିରାଶ୍ରୟ ବ୍ୟକ୍ତି ଜଣଙ୍କ ବିବେକଙ୍କ ମୁହଁ ଓ ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି ହତ୍ୟା କରିଛନ୍ତି ।

ସୂଚନା ଅନୁସାରେ, ଆମେରିକାର ଜର୍ଜିଆର ଏକ ଷ୍ଟୋରରେ ପାର୍ଟ ଟାଇମ୍ କାମ କରନ୍ତି ବିବେକ । କିଛିଦିନ ତଳେ ଉକ୍ତ ଷ୍ଟୋରକୁ ଜୁଲିଆନ୍ ଫାଉଲକନର ନାମକ ନିରାଶ୍ରୟ ଆସିବା ସହ ଖାଦ୍ୟ ଓ ପାନୀୟ ମାଗିଥିଲେ । ଷ୍ଟୋର ପକ୍ଷରୁ ବ୍ୟକ୍ତି ଜଣଙ୍କୁ ଖାଇବାକୁ ଦିଆ ଯାଇଥିଲା । ତେବେ ପ୍ରବଳ ଥଣ୍ଡା ପଡ଼ୁଥିବାରୁ ବ୍ୟକ୍ତି ଜଣଙ୍କ ବ୍ଲାଙ୍କେଟ୍ ମାଗିବାରୁ ବିବେକ ତାଙ୍କ ଜ୍ୟାକେଟ୍ ଦେଇ ଦେଇଥିଲେ ।

ଷ୍ଟୋରରେ ଖାଇ ସାରିବା ପରେ ବ୍ୟକ୍ତି ଜଣଙ୍କ ବାହାରକୁ ଯାଇ ଆସିବା ପରେ ପୁଣି ଖାଦ୍ୟ ମାଗି ଖାଇବା ସହ ସେଇ ଷ୍ଟୋରରେ ଆଶ୍ରୟ ନେଇଥିଲେ । ସୋମବାର ରାତିରେ ବିବେକ ସାଇନି ଉକ୍ତ ବ୍ୟକ୍ତିଙ୍କୁ ଷ୍ଟୋର ଛାଡ଼ି ଚାଲିଯିବାକୁ କହିଥିଲେ । ନ ଗଲେ ପୋଲିସକୁ ଡାକିବେ ବୋଲି କହିବାରୁ ହାତୁଡ଼ିରେ ଆକ୍ରମଣ କରିଥିଲେ ନିରାଶ୍ରୟ ଜଣଙ୍କ ।

ପ୍ରାୟ ୫୦ ଥର ବିବେକଙ୍କ ମୁହଁ ଓ ମୁଣ୍ଡକୁ ପିଟି ଚାଲିଥିଲେ । ପ୍ରଚୁର ରକ୍ତସ୍ରାବ ପରେ ଘଟଣାସ୍ଥଳରେ ହିଁ ବିବେକଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ପହଞ୍ଚି ହତ୍ୟାକାରୀ ନିରାଶ୍ରୟଙ୍କୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ୨ଟି ଛୁରି ସହ ହାତୁଡ଼ି ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.