ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସେମି ଫାଇନାଲ ପୂର୍ବରୁ ଅଧିନାୟକ ରୋହିତଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା, କହିଲେ- ଟସ୍‌ର ସେତେଟା ଭୂମିକା ରହିବନି

Image Courtesy: abplive

ମୁମ୍ବାଇ: ୨୦୨୩ ବିଶ୍ବକପ୍‌ର ପ୍ରଥମ ସେମି ଫାଇନାଲ ପୂର୍ବରୁ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଲିଗ୍ ମ୍ୟାଚ୍‌କୁ ନେଇ ରୋହିତ କହିଛନ୍ତି ଯେ, ଭାରତୀୟ ଟିମ୍ ପ୍ରଥମ ୫ଟି ମ୍ୟାଚରେ ଚେଜ୍‌ କରିଥିଲା । ପରେ ପୁଣି ୪ଟି ମ୍ୟାଚ୍‌ରେ ଆମେ ପ୍ରଥମେ ବ୍ୟାଟିଂ କରିଥିଲୁ । ଯେଉଁ ସବୁ କ୍ଷେତ୍ର ଉପରେ ଆମେ ଧ୍ୟାନ ଦେବାକୁ ଚାହୁଁଥିଲୁ ସେଥିମଧ୍ୟରୁ ଅଧିକାଂଶ ଉପରେ ଆମେ ଭଲ କରିଛୁ ବୋଲି ସେ କହିଛନ୍ତି । ସେପଟେ ଆସନ୍ତାକାଲିର ମ୍ୟାଚ୍‌ର ଗୁରୁତ୍ବକୁ ଆମେ ବୁଝିଛୁ । ହେଲେ ମୋତେ ଲାଗୁନି ଯେ ଆମକୁ ଆଉ କିଛି ଅଲଗା କରିବାର ଆବଶ୍ୟକତା ଅଛି ବୋଲି ରୋହିତ କହିଛନ୍ତି ।

ଭାରତୀୟ କ୍ରିକେଟ ଉପରେ ସବୁ ବେଳେ ଚାପ ରହିଆସିଛି । ସେମି ଫାଇନାଲ ପାଇଁ ମୈଦାନକୁ ଓହ୍ଲାଇଲା ବେଳେ ମଧ୍ୟ ସମାନ ପ୍ରେସର ରହିବ । ଲିଗ ମ୍ୟାଚ୍‌ ହେଉ ଅବା ସେମି ଫାଇନାଲ, ବିଶ୍ବକପ୍‌ ମୁକାବିଲାରେ ସର୍ବଦା ଚାପ ଥାଏ ବୋଲି ସେ କହିଛନ୍ତି । ଆରମ୍ଭରୁ ଶେଷ ମ୍ୟାଚ ପର୍ଯ୍ୟନ୍ତ ଆମେ ଭଲ ଖେଳିଛୁ । ଟିମ୍‌ ବହୁତ ଭଲ ପ୍ରତିକ୍ରିୟା ଦେଇଛି ବୋଲି ରୋହିତ ଶର୍ମା କହିଛନ୍ତି । 

ଭାରତୀୟ ଟିମ୍‌ ଉପରେ ୧୯୮୩ ଏବଂ ୨୦୧୧ର ଉପଲବ୍ଧିକୁ ଦୋହରାଇବା ପାଇଁ ପ୍ରେସର ରହିଛି । କିନ୍ତୁ ପ୍ରତିଟି ଖେଳାଳି ନିଜର ପ୍ରଦର୍ଶନରେ ସୁଧାର ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହା ହିଁ ଆମ ଟିମ୍‌ର ବୈଶିଷ୍ଟ୍ୟ । ପ୍ରଥମେ ଭାରତ ଯେବେ ବିଶ୍ବକପ ଜିତିଥିଲା ସେତେବେଳକୁ ଅଧା ଖେଳାଳି ଜନ୍ମ ହୋଇନଥିଲେ । ଦ୍ବିତୀୟ ଥର ୨୦୧୧ରେ ବିଶ୍ପକପ୍‌ ଜିତିବା ସମୟରେ ଅନେକ ଖେଳାଳି ମୈଦାନୁ ଆସିନଥିଲେ ବୋଲି କ୍ୟାପ୍ଟେନ ଶର୍ମା କହିଛନ୍ତି । 

ବୁଧବାର ନ୍ୟୁଜିଲାଣ୍ଡ ସହ ଟିମ୍‌ ଇଣ୍ଡିଆ ସେମି ଫାଇନାଲ ଖେଳିବାକୁ ଯାଉଛି । ତେବେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ବ୍ୟାଟିଂ କରିବା ଆହ୍ବାର୍ଣ୍ଣପୂର୍ଣ୍ଣ ସାବ୍ୟସ୍ତ ହୋଇଆସିଛି । ଏହାକୁ ନେଇ ରୋହିତ ଶର୍ମା କହିଛନ୍ତି ଓ୍ବାଙ୍ଖେଡେ ଷ୍ଟାଡିୟମ୍‌ କଣ ମୁଁ ଜାଣିଛି । ଏହା ଉପରେ ଅଧିକ କହିବାକୁ ଚାହୁଁନି । ସେପଟେ କାଲିର ମ୍ୟାଚ୍‌ରେ ଟସ୍‌ର କୌଣସି ବଡ଼ ଭୂମିକା ରହିବନି ବୋଲି ରୋହିତ ଶର୍ମା କହିଛନ୍ତି । ଏହା ସହ ନ୍ୟୁଜିଲାଣ୍ଡ ଏକ ଅନୁଶାସିତ ଟିମ୍‌ ଏବଂ ଏହି ଟିମ୍‌ ସ୍ମାର୍ଟ କ୍ରିକେଟ ଖେଳେ ବୋଲି କହିଛନ୍ତି ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା । 

 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.