ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତର ପ୍ରଭାବ , କାତାରରେ ମୃତ୍ୟୁଦଣ୍ଡ ପାଇଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ
![](https://odia.prameya.com/prameya/document/post/2/2_136_1701953533996.webp)
ନୂଆଦିଲ୍ଲୀ : କତାରରେ ମୃତ୍ୟୁଦଣ୍ଡରେ ଘୋଷିତ ହୋଇଥିବା ୮ଜଣ ପୂର୍ବତନ ନୌସେନାର ଅଫିସରଙ୍କ ସହ ଭାରତୀୟ ରାଷ୍ଟ୍ରଦୂତ ସାକ୍ଷାତ କରିଛନ୍ତି ଏବଂ ତାଙ୍କ କେସ୍ ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ଖବର ଅନୁସାରେ , ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁବାଇରେ ୟୁଏନ୍ କ୍ଲାଇମେଟ୍ ସମିତି ଅବସରରେ କାତାରର ଅମୀର ଶେଖ୍ ତମିମ ବିନ ହମାଦ ଅଲ-ଥାନୀଙ୍କ ସହ ସାକ୍ଷାତ୍ ହୋଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କାତାରର ଶାସକଙ୍କ ଠାରୁ ଦାବି କରିଥିଲେ କି , ଭାରତୀୟ କଏଦୀଙ୍କୁ ରାଷ୍ଟ୍ରଦୂତଙ୍କୁ ଭେଟିବାର ଅନୁମତି ଦିଆଯାଉ। ଏହି ଦାବି ପରେ ଏହି ମଞ୍ଜୁରୀ ଦିଆଯାଇ ଥିଲା ଏବଂ ଏବେ ରାଷ୍ଟ୍ରଦୂତ ସେହି ପୂର୍ବତନ ନୌସୈନିକଙ୍କୁ ସାକ୍ଷାତ କରିଛନ୍ତି , ଯେଉଁମାନେ କାତାରର ଜେଲ୍ରେ ବନ୍ଦୀ ଅଛନ୍ତି।
ଏହି ସାକ୍ଷାତକୁ ନେଇ ବିଦେଶ ମନ୍ତ୍ରାଳୟ କହିଥିଲା କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କାତାରର ଶେଖ ତମିମ ବିନ୍ ହମାଦଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଉକ୍ତ ମିଟିଂରେ ଉଭୟ ଦେଶ ମଧ୍ୟରେ ଅନେକ ମାମଲାରେ କଥାବାର୍ତ୍ତା ବୋଇଛି। ଏହା ବ୍ୟତୀତ ଭାରତୀୟ ସଂପ୍ରଦାଯର ହିତକୁ ନେଇ ମଧ୍ୟ ଚର୍ଚ୍ଚା ହେଇଛି। ବିଦେଶ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି , ଆମର ରାଷ୍ଟ୍ରଦୂତଙ୍କୁ କନ୍ସୁଲାର ଆକ୍ସେସ ମିଳି ଯାଇଛି ଏବଂ ସେମାନେ ୩ ଡିସେମ୍ୱରରେ ଜେଲ୍ରେ ବନ୍ଦୀ ଥିବା ସମସ୍ତ ୮ ପୂର୍ବତନ ରାଷ୍ଚ୍ରଦୂତଙ୍କୁ ସାକ୍ଷାତ କରିଛନ୍ତି । ଭାରତ ପକ୍ଷରୁ ଅପିଲ କରାଯିବା ପ୍ରଶ୍ନରେ ବାଗଚୀ କହିଛନ୍ତି , ଏବେସୁଦ୍ଧା ଏହି ମାମଲାରେ ଦୁଇଟି ଶୁଣାଣି ହୋଇ ସାରିଛି। ଅନ୍ୟଟି ଖୁବ୍ ଶୀଘ୍ର ହେବ। ଆମେ ପୂରା ଆଇନଗତ ସାହାଯ୍ୟ କରୁଛି । ଏହା ଏକ ସମ୍ୱେଦନଶୀଳ ମାମଲା , ଆମେ ଯାହା ବି କରିବାରେ ସକ୍ଷମ ହେବୁ , ତାହା କରି ପାରିବୁ।
କୁହାଯାଉଛି କି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପରେ ହିଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ କତାରରର ଜେଲ୍ରେ ବନ୍ଦୀ ପୂର୍ବତନ ନୌସୈନିକଙ୍କୁ ଭେଟିବାର ଅନୁମତି ମିଳିଥିଲା । କତାର, ୟୁଏଇ , ସାଉଦୀ ଆରବ ସମେତ ଅନେକ ମୁସଲିମ୍ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତରେ ସମ୍ୱନ୍ଧ ସୁଧୁରିଛି। ଏହା ବି କୁହାଯାଇଛି କି, ତାଙ୍କର ହସ୍ତକ୍ଷେପ ଯୋଗୁଁ ରାଷ୍ଟ୍ରଦୂତଙ୍କୁ ପୂର୍ବତନ ନୌସୈନିକଙ୍କ ସହ ସାକ୍ଷାତର ସୁଯୋଗ ମିଳିଛି। କାତାର ଅଭିଯୋଗ ଲଗେଇଛି କି ଏହି ଲୋକେ ଗୁଇନ୍ଦାଗିରୀ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଏମାନେ ଏକ ପ୍ରାଇଭେଟ୍ ଡିଫେନ୍ସ କମ୍ପାନୀ ପାଇଁ କାମ କରୁଥିଲେ ।