ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ୟାନସର ଠିକ୍‌ କରିପାରିବ ଭାରତୀୟ ମସଲା, ଗବେଷଣାକୁ ପ୍ୟାଟେଣ୍ଟ କରାଇଲା ଆଇଆଇଟି ମାଡ୍ରାସ

ନୂଆଦିଲ୍ଲୀ ୨୬/୦୨: ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟି) ମାଡ୍ରାସ  ଭାରତୀୟ ମସଲାକୁ ନେଇ ଏକ ରୋଚକ ରିସର୍ଚ୍ଚ ପ୍ୟାଟେଣ୍ଟ  କରାଇଛି । ସେହି ରିସର୍ଚ୍ଚରେ ଭାରତୀୟ ମସଲା ଦ୍ୱାରା କର୍କଟକୁ  ଠିକ୍‌ କରିବାର ଔଷଧ ପ୍ରସ୍ତୁତ କରିହେବ ବୋଲି ଦାବି କରାଯାଇଛି ।  ଖୁବ୍‌ଶୀଘ୍ର ଏହାର କ୍ଲିନିକାଲ୍‌ ଟ୍ରାଏଲ ଆରମ୍ଭ ହୋଇଯିବ ବୋଲି  ରବିବାର ସୂଚନା ମିଳିଛି । ୨୦୨୮ ମଧ୍ୟରେ ଏହି ଔଷଧ ବଜାରରେ  ବି ମିଳିପାରେ ।  

ଗବେଷଣାରେ କୁହାଯାଇଛି ଯେ, ଭାରତୀୟ ମସଲା ଫୁସଫୁସ୍‌, ସ୍ତନ,  କୋଲନ୍‌, ସର୍ଭାଇକାଲ, ମୁଖଗହ୍ୱର, ଥାଇରଏଡ୍‌ କର୍କଟ କୋଷିକାରେ  କର୍କଟ ନିରୋଧୀ ଗତିବିଧି ଦେଖାଇଥାଏ । ସାଧାରଣ କୋଷିକାରେ  ଏହି ମସଲା ସୁରକ୍ଷିତ ରହିଥାଏ । ଗବେଷକମାନେ ଏବେ ଏହାର  ନିରାପତ୍ତା ଚାଲେଞ୍ଜ ସଂପର୍କରେ କାମ କରୁଛନ୍ତି । ପଶୁମାନଙ୍କ  ସଂପର୍କରେ ଏହାର ଅନୁଧ୍ୟାନ ହୋଇସାରିଛି ।  

ଏ ସଂପର୍କରେ ଆଇଆଇଟି ମାଡ୍ରାସର ମୁଖ୍ୟ ଗବେଷଣା ଅଧିକାରୀ  ଜୟସ୍‌ ନିର୍ମଳା କହିଛନ୍ତି, ଅନେକ ଅନୁଧ୍ୟାନରେ ଭାରତୀୟ  ମସଲା ଦ୍ୱାରା ସାଧାରଣ କର୍କଟ ଠିକ୍‌ ହୋଇପାରେ ବୋଲି ଦାବି  କରାଯାଇଛି । କିନ୍ତୁ କର୍କଟ ଠିକ୍‌ କରିବା ଲାଗି ମସଲାର କେତିକି  ମାତ୍ରା ଆବଶ୍ୟକ ହେବ ତାହା ଟ୍ରାଏଲରୁ ସ୍ପଷ୍ଟ ହେବ । 

ବର୍ତ୍ତମାନ  କର୍କଟର ଯେଉଁ ଚିକିତ୍ସା ରହିଛି ସେଥିରେ ଅନେକଗୁଡି଼ଏ ପାଶ୍ୱର୍  ପ୍ରତିକ୍ରିୟା ହୋଇଥାଏ । କିନ୍ତୁ ଆମର ଟାର୍ଗେଟ୍‌ ହେଉଛି କର୍କଟର  ଶସ୍ତା ଓ କମ୍‌ ପାଶ୍ୱର୍ ପ୍ରତିକ୍ରିୟା ବିଶିଷ୍ଟ ଚିକିତ୍ସା ପ୍ରସ୍ତୁତ କରିବା ।  ଆମ ଦେଶ ବିଶ୍ୱରେ ସବୁଠୁ ଅଧିକ ମସଲା ଉତ୍ପାଦନ କରୁଥିବା  ଦେଶ । ବହୁତ ଶସ୍ତାରେ ଏଠାରେ ମସଲା ଉତ୍ପାଦନ ହୋଇଥାଏ ।  ଏଭଳିକ୍ଷେତ୍ରରେ ଔଷଧକୁ ଟାବଲେଟ୍‌ ଆକାରରେ ଉପଲବ୍ଧ  କରିବାକୁ ଆମେ ଚାହୁଁଛୁ । 

ସେହିପରି ସଂସ୍ଥାନର କେମିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର  ଆର୍‌ ନାଗର୍ଜନ କହିଛନ୍ତି, କର୍କଟର ଔଷଧ ପ୍ରସ୍ତୁତ କରିବା ଲାଗି  ଏହାର ମଲିକୁଲାର ସ୍ତରରେ ସ୍ଥିରତା ସବୁଠୁ ମହତ୍ତ୍ୱପୂର୍ଣ୍ଣ । ଆମ  ଲ୍ୟାବ୍‌ରେ ଆମେ ସ୍ଥିର ଉତ୍ପାଦ ପ୍ରସ୍ତୁତ କରିଛୁ । ପଶୁମାନଙ୍କ ସଂପର୍କିତ  ଅନୁଧ୍ୟାନରୁ ସକରାତ୍ମକ ଫଳାଫଳ ମିଳିବା ପରେ ଏବେ ଆମେ  କ୍ଲିନିକାଲ୍‌ ଟ୍ରାଏଲ ପର୍ଯ୍ୟାୟକୁ ଯାଉଛୁ ।  

ସୂଚନାଥାଉକି, ଭାରତରେ କର୍କଟ ରୋଗରେ ମୃତ୍ୟୁ ମାମଲା  ବଢ଼ିଚାଲିଛି । ଗତବର୍ଷ ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ  ମାଣ୍ଡଭୀୟ ଏ ସଂକ୍ରାନ୍ତରେ ପରିସଂଖ୍ୟାନ ଜାରି କରିଥିଲେ ।  ଆଇସିଏମଆର ସୂତ୍ର ଅନୁସାରେ ସେ କହିଥିଲେ ଯେ, ୨୦୨୦ରେ  ଦେଶରେ କର୍କଟ ଦ୍ୱାରା ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୭  ଲକ୍ଷ ୭୦ ହଜାର ଥିଲା । କିନ୍ତୁ ୨୦୨୨ରେ ତାହା ବଢ଼ି ୮ ଲକ୍ଷ ୮  ହଜାରରେ ପହଞ୍ଚିଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.