ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଭିବୃଦ୍ଧି ଅନୁମାନ ବଢ଼ାଇଲା ଆଇଏମ୍ଏଫ୍, ଭାରତର ଅର୍ଥନୈତିକ ବିକାଶ ହାର ୬.୫ % ବଢ଼ିବ

ନୂଆଦିଲ୍ଲୀ, ୩୧।୧: ଉଭୟ ୨୦୨୪ ଏବଂ ୨୦୨୫ରେ ଭାରତର ଅର୍ଥନୈତିକ ବିକାଶ ହାର ୬.୫% ରହିବ । ଘରୋଇ ବଜାରରେ ଚାହିଦା ବୃଦ୍ଧି ଅର୍ଥନୀତିକୁ ବଳୁଆ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏହାର ଜାନୁଆରୀ ରିପୋର୍ଟରେ ଉଲ୍ଲେଖ କରିଛି । ପୂର୍ବ ଅନୁମାନ ତୁଳନାରେ ସଂଶୋଧିତ ଅନୁମାନ ୦.୨% ଅଧିକ । ପ୍ରକାଶଯୋଗ୍ୟ, ଦେଶର ଅର୍ଥ ମନ୍ତ୍ରାଳୟ ବଜେଟ୍‌ ପୂର୍ବରୁ ଏହାର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଉଲ୍ଲେଖ କରିଛି ଯେ, ୨୦୨୪-୨୫ ଆର୍ଥିକବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ପାଖାପାଖି ୭% ବଢ଼ିବ । ୨୦୨୩-୨୪ରେ ଭାରତୀୟ ଅର୍ଥନୀତି ୬.୭% ଅଭିବୃଦ୍ଧି ହାସଲ କରିବ ବୋଲି ଆଇଏମ୍‌ଏଫ୍‌ ପ୍ରକାଶ କରିଛି । 

ଆଲୋଚ୍ୟ ଆର୍ଥିକବର୍ଷରେ ଦେଶ ୭.୩% ବଢ଼ିବ ବୋଲି କେନ୍ଦ୍ର ସରକାର ଚଳିତ ଆର୍ଥିକବର୍ଷ ନିଜର ପ୍ରଥମ ଅଗ୍ରିମ ଆକଳନରେ ପ୍ରକାଶ କରିଥିଲେ । ତେବେ ୨୦୨୪ରେ ବିଶ୍ୱ ଅର୍ଥବ୍ୟବସ୍ଥା ୩.୧% ବଢ଼ିବ ବୋଲି ଆଇଏମ୍‌ଏଫ୍‌ ପ୍ରକାଶ କରିଛି । ପୂର୍ବରୁ ଏଥିପାଇଁ ଆଇଏମ୍‌ଏଫ୍‌ର ଆକଳନ ରହିଥିଲା ୨.୯% । ୨୦୨୫ରେ ଏହା ୩.୨% ରହିବ ବୋଲି ଅନୁମାନ ରହିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.