ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଆଦିତ୍ୟ ଏଲ-1କୁ ମିଳିଲା ପ୍ରଥମ ସଫଳତା, ସୂର୍ଯ୍ୟ ମିଶନକୁ ନେଇ ଇସ୍ରୋ ଦେଲା ଖୁସି ଖବର

ନୂଆଦିଲ୍ଲୀ: ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କ ରାଜ ଜାଣିବାକୁ ଯାଇଥିବା ଆଦିତ୍ୟ ଏଲ-୧ ସ୍ପେଶକ୍ରାଫ୍ଟ ବଡ଼ ସଫଳତା ହାସଲ କରିଛି । ସୂର୍ଯ୍ୟ କିରଣର ପ୍ରଥମ ହାଇ-ଏନର୍ଜି ଏକ୍ସ-ରେ କରିଛି ଆଦିତ୍ୟ ଏଲ-୧।   ସ୍ପେଶକ୍ରାଫ୍ଟର ପେଲୋଡ HEL1OS ଏହି ଏକ୍ସ-ରେ ଅକ୍ଟୋବର ୨୯ରେ ରେକର୍ଡ କରିଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା –ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଆଦିତ୍ୟ ଏଲ-୧ରେ ଲାଗିଥିବା ସ୍ପେକ୍ଟ୍ରୋମିଟର ନିଜର ପ୍ରଥମ ଅବଜର୍ଭେସନ୍‌ ପିରିୟଡରେ ସୋଲାର ଫ୍ଲେୟାରର ଆବେଗପୂର୍ଣ୍ଣ ପ୍ରକ୍ରିୟାକୁ ରେକର୍ଡ କରିବାରେ ସଫଳ ହୋଇଛି । 

ସୂର୍ଯ୍ୟ ପୃଷ୍ଠରୁ ଅଚାନକ ସୃଷ୍ଟି ହେଉଥିବା ଚମକପୂର୍ଣ୍ଣ କିରଣ ବା ସୋଲାର ଫ୍ଲେୟାର ସଂପର୍କରେ ଆଦିତ୍ୟ ଏଲ-୧ର ଏହି ତଥ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି । ତେବେ ସୂର୍ଯ୍ୟର ଏହି ଫ୍ଲେୟାର ରେଡିଓ, ଅପ୍ଟିକାଲ, ୟୁଭି, ସଫ୍ଟ ଏକ୍ସ-ରେ,  ହାର୍ଡ ଏକ୍ସ-ରେ ଏବଂ ଗାମା-ରେ ଭଳି ସମସ୍ତ ଓ୍ବେଭଲେନ୍ଥର ସ୍ପେକ୍ଟ୍ରମ ସୃଷ୍ଟି କରେ । HEL1OS ସ୍ପେକ୍ଟ୍ରୋମିଟର ଏବେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ କରୁଥିବା ବେଳେ ଖୁବଶ୍ରଘ୍ର ଏହା ହାର୍ଡ ଏକ୍ସ-ରେ ରେକର୍ଡ କରିବାରେ ସମର୍ଥ ହୋଇଯିବ  । ସୂର୍ଯ୍ୟ ପାଖରୁ ଆସୁଥିବା ସମସ୍ତ ଓ୍ବେଭଲେନ୍ଥର କିରଣକୁ ଅବଜର୍ଭ କରିପାରିବ HEL1OS । 

ସୂଚନାଯୋଗ୍ୟ, ୨୦୨୩ ସେପ୍ଟେମ୍ବର ୨ରେ ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ କରିଥିଲା ଇସ୍ରୋ । ଶ୍ରୀହରିକୋଟାରୁ ଉତକ୍ଷେପଣ ହୋଇଥିବା ଏହି ସ୍ପେଶକ୍ରଫ୍ଟକୁ କିଛି ଦିନ ପୃଥିବୀର କକ୍ଷପଥରେ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡ଼ିଥିଲା । ଏହା ଦ୍ବାରା ସ୍ପେଶକ୍ରାଫ୍ଟର କାର୍ଯ୍ୟଦକ୍ଷତା ସଂପର୍କରେ ଇସ୍ରୋ ବୈଜ୍ଞାନିମାନେ ଅନୁଧ୍ୟାନ କରିଥିଲେ । ଆଦିତ୍ୟ ଏଲ-୧ ମାଧ୍ୟମରେ ଆମ ସୌରମଣ୍ଡଳର କେନ୍ଦ୍ର ସଂପର୍କରେ ଭାରତ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଆଶା ରଖିଛି । ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିଲୋମିଟର ଉଚ୍ଚତାରେ ରହି ସୂର୍ଯ୍ୟ ସଂପର୍କରେ ତଥ୍ୟ ଦେଉଛି ଆଦିତ୍ୟ ସ୍ପେଶକ୍ରାଫ୍ଟ  । ତେବେ ପୃଥିବୀ ପୃଷ୍ଠରୁ ସୂର୍ଯ୍ୟର ଦୂରତା ପ୍ରାୟ ୧୫୦ ମିଲିୟନ (୧୫ କୋଟି) କିଲୋମିଟର ।

  • Aditya-L1 Launch
  • Copyright © 2022 - Summa Real Media Private Limited. All Rights Reserved.