କୋକସରା,୧୪/୧୧ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟଠାରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଜିଲ୍ଲାର ମହାବିଦ୍ୟାଳୟ ଛାତ୍ରଙ୍କୁ ନେଇ ଇଣ୍ଟର କଲେଜ ନକଆଉଟ ଭଲିଭଲ ଟୁର୍ଣ୍ଣାମେଣ୍ଟ ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ ହୋଇଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ସଭାପତିତ୍ୱରେ ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ଧର୍ମଗଡ଼ ନିର୍ବାଚନମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ୟୁଥ ରେଡ଼ କ୍ରସ ପରାମର୍ଶଦାତା ସୁବ୍ରତ ବେହେରା, ଅଧ୍ୟାପକ ଐରି ନାସନ ଚିନ୍ଦା, ସାମାଜିକକର୍ମୀ ବିକ୍ରମ ଗୁପ୍ତା, ପରମାନନ୍ଦ ଗୁପ୍ତା, ଉପସ୍ଥିତ ରହି ଉଦଯାପନୀ ମ୍ୟାଚରେ ଖେଳାଳି ଛାତ୍ରଙ୍କୁ ଉତ୍ସାହିତ କରିଥିଲେ ।
ଖେଳ ପରିଚାଳନାରେ ଡିଗ୍ରୀ ମହାବିଦ୍ୟାଳୟର ଖେଳ ଶିକ୍ଷକ ପ୍ରତାପଚନ୍ଦ୍ର ବିଶି, ଭଳିବଲ କୋଚ ଜ୍ଞାନେନ୍ଦ୍ର ବଢ଼େଇ, ଖେଳ ଶିକ୍ଷକ ଅମିତ ମହାନ୍ତି, ରାଜୁ ଖରସେଲ କରିଥିବାବେଳେ ଖେଳର ଧାରା ବିବରଣୀ ସୁନୀଲ ପ୍ରଧାନୀ ଦେଇଥିଲେ । ଫାଇନାଲ ଖେଳରେ କେସିଙ୍ଗା ଓ କୋକସରା ମହାବିଦ୍ୟାଳୟ ମଧ୍ୟରେ ଫାଇନାଲରେ କେସିଙ୍ଗା ଚାମ୍ପିଅନ ହୋଇ ଟ୍ରଫି ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।