ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ନିଜର ୪ ନାଗରିକଙ୍କୁ ଫାଶୀ ଦେଲା ଇରାନ୍‌

Image Courtesy: NDTV

ତେହରାନ୍‌: ଇସ୍ରାଏଲ ଲାଗି ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ନିଜର ୪ ଜଣ ନାଗରିକଙ୍କୁ ଫାଶୀ ଦେଇଛି ଇରାନ୍‌ । ଇରାନର ଡିଫେନ୍ସ ସାଇଟକୁ ନଷ୍ଟ କରିବା ଲାଗି ଇସ୍ରାଏଲର ଯୋଜନା ଲାଗି ଏମାନେ ତଥ୍ୟ ଦେଉଥିବା ନେଇ ଅଭିଯୋଗ ହୋଇଥିଲା । କୋର୍ଟଙ୍କ ଅନୁସାରେ, ମହମ୍ମଦ ଫରମରଜୀ, ମୋହସିନ୍‌ ମଜଲୁମ୍‌, ବଫା ଅଜରବାର ଏବଂ ପେଜମ୍ୟାନ୍‌ ଫତେହିକୁ ଜୁଲାଇ ୨୦୨୨ରେ ଗିରଫ କରାଯାଇଥିଲା । କେନ୍ଦ୍ର ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଥିବା ନେଇ ଏହି ୪ ନାଗରିକଙ୍କ ଉପରେ ଅଭିଯୋଗ ରହିଥିଲା । 

ଏହି ମାଲାରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ସହ ତରବରିଆ ଭାବେ ଫାଶୀ ଦେଇଛନ୍ତି ଇରାନ୍‌ ସରକାର । ଦେଶର ସର୍ବୋଚ୍ଚ ଅଦାଲତ ତଳ କୋର୍ଟଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଥିଲେ । ଏହା ପରେ ସେମାନଙ୍କୁ ସୋମବାର ଫାଶୀ ଦିଆଯାଇଛି । ଏହା ପୂର୍ବରୁ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ସହ ସଂପର୍କ ରଖିଥିବା ଏକ ଗୋଷ୍ଠୀକୁ ଧରିଥିଲେ ଇରାନ୍‌ ସରକାର । ଗୋଷ୍ଠୀର ସମସ୍ତ ସଦସ୍ୟଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । 

ସେହି ସମୟରେ ଏହି ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଇସ୍ରାଏଲ ଏବଂ ମୋସାଦ ଉପରେ ବିଭିନ୍ନ ସମୟରେ ଇରାନ ଅଭିଯୋଗ କରିଆସିଛି । ଇରାନ ଏବଂ ଇସ୍ରାଏଲ ପରଷ୍ପର ବିରୁଦ୍ଧରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗ କରିଆସିଛନ୍ତି । ଇରାନ୍‌ ମାଟିରେ ଅଶାନ୍ତି ଜାରି ରହିଛି ବୋଲି ଇସ୍ରାଏଲ ଅଭିଯୋଗ କରୁଥିବା ବେଳେ ପାଲେଷ୍ଟାଇନ୍‌ରେ ଇସ୍ରାଏଲ ନରସଂହାର କରୁଛି ବୋଲି ଦାବି କରିଆସିଛି ଇରାନ୍ ।

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.