ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଗାଜାରେ ହସ୍ପିଟାଲକୁ ବନ୍ଦ କରି ହମାସ୍ ଆତଙ୍କବାଦୀକୁ ଖୋଜୁଛି ଇସ୍ରାଏଲ୍

ଜେରୁଜେଲମ୍, ୧୩/୧୧: ଇସ୍ରାଏଲ୍-ହମାସ୍ ଯୁଦ୍ଧ ପୂରା ଦୁନିଆକୁ ଚିନ୍ତାରେ ପକାଇଛି । ଯୁଦ୍ଧ ବନ୍ଦ ପାଇଁ ଅନେକ ରାଷ୍ଟ୍ର ପ୍ରୟାସ କରୁଛନ୍ତି । ତେବେ ଏହାର କୌଣସି ପ୍ରଭାବ ପଡ଼ୁ ନଥିବା ଦେଖା ଯାଉଛି । ଦିନ ଗଡ଼ିବା ସହ ଯୁଦ୍ଧ ବ୍ୟାପକ ହେଉଛି । ରିପୋର୍ଟ ଅନୁସାରେ, ରବିବାର ଉତ୍ତର ଗାଜାରେ ଥିବା ୨ଟି ପ୍ରମୁଖ ହସ୍ପିଟାଲକୁ ରୋଗୀଙ୍କ ପାଇଁ ବନ୍ଦ କରି ଦିଆଯାଇଛି ।

ହସ୍ପିଟାଲ୍ କର୍ମଚାରୀଙ୍କ ଅନୁସାରେ, ଇସ୍ରାଏଲର ବୋମାମାଡ଼ ଏବଂ ତେଲ, ଔଷଧ ଅଭାବରୁ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇପାରେ । ଫିଲିସ୍ତିନର ଉତ୍ତର କ୍ଷେତ୍ରରେ ହସ୍ପିଟାଲ୍ ସେବାରେ ଇସ୍ରାଏଲ୍ ବାଧକ ସାଜୁଥିବା କହିଛନ୍ତି କର୍ମଚାରୀ । ଫଳରେ ରୋଗୀଙ୍କ ଚିକିତ୍ସା ହୋଇ ପାରୁ ନଥିବା କୁହାଯାଇଛି ।

୨୪ ଘଣ୍ଟା ପରେ ବି ଉତ୍ତରକାଶୀ ଟନେଲରେ ଫସି ରହିଛନ୍ତି ୪୦ ଶ୍ରମିକ, ଓଡ଼ିଶାରୁ ଅଛନ୍ତି ୫ ଜଣ

ଅନ୍ୟପଟେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ କହିଛି, ହସ୍ପିଟାଲ୍ ଗୁଡ଼ିକରେ ହମାସ୍ ଆତଙ୍କବାଦୀଙ୍କୁ ଆଶ୍ରୟ ଦିଆ ଯାଇଛି । ସେ ସବୁକୁ ଖାଲି କରାଯିବା ଦରକାର । ଫଳରେ ଗାଜାର ସବୁଠୁ ବଡ଼ ହସ୍ପିଟାଲ୍ ଅଲ୍ ଶିଫା ଓ ଅଲ୍-କୁଦସ୍ ରବିବାର ହସ୍ପିଟାଲ୍ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଗାଜାରେ ପ୍ରତିଦିନ ଶତାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଅନେକ ଆହତ ହେଉଥିବାରୁ ହସ୍ପିଟାଲ୍ ଗୁଡ଼ିକ ଉପରେ ଚାପ ବି ପଡ଼ୁଛି । ନବଜାତକଙ୍କ ଚିକିତ୍ସା ବେଶ୍ କଠିନ ହେଉଛି । କାରଣ ଇସ୍ରାଏଲର ଆକ୍ରମଣରେ ଅନେକ ହସ୍ପିଟାଲର ଭିତ୍ତିଭୂମି ନଷ୍ଟ ହୋଇଛି । ହସ୍ପିଟାଲରେ ଡର ଓ ଭୟ ଭିତରେ କାର୍ଯ୍ୟ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ ।

ସୁପ୍ରିମକୋର୍ଟଙ୍କ ବାଣ ବ୍ୟାନ୍ ନିର୍ଦ୍ଦେଶକୁ ଦୀପାବଳିରେ ଧୂଆଁରେ ଉଡ଼େଇ ଦେଲେ ଲୋକ, ଦିଲ୍ଲୀରେ ପୁଣି ବଢ଼ିଲା ପ୍ରଦୂଷଣ

ଇସ୍ରାଏଲ୍ ଅନୁସାରେ, ହସ୍ପିଟାଲର ଗ୍ରାଉଣ୍ଡରେ ଓ ନିକଟରେ ହମାସ୍ କମାଣ୍ଡ ସେଣ୍ଟର କରିଛି । ତେବେ ଇସ୍ରାଏଲର ଏଭଳି ଅଭିଯୋଗକୁ ଅଗ୍ରାହ୍ୟ କରିଛି ହମାସ୍ । ସେପଟେ ଗାଜାର ଶିଫା ହସ୍ପିଟାଲ୍ ସହ ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନର ସମ୍ପର୍କ ବିଚ୍ଛିନ୍ନ ହୋଇଛି ।

Copyright © 2022 - Summa Real Media Private Limited. All Rights Reserved.