ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଇସ୍ରାଏଲ ଉପରେ ରାତାରାତି ରକେଟ୍ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ନିହତ, ହମାସ ଦେଇଥିଲା ଏହି ଦାୟିତ୍ବ

ନୂଆଦିଲ୍ଲୀ,୮।୧୧:  ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଏକ ମାସରୁ ଅଧିକ ସମୟ ବିତିଗଲାଣି। ଅକ୍ଟୋବର ୭ ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣରେ ୧୪୦୦ ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ଆହତ ହୋଇଥିବାବେଳେ ୨୦୦ ରୁ ଅଧିକ ଇସ୍ରାଏଲ ନାଗରିକ ହାମାସ ଦ୍ୱାରା ବନ୍ଧକ ହୋଇଛନ୍ତି। ଇସ୍ରାଏଲ ନିଜର ନାଗରିକମାନଙ୍କୁ ମୁକ୍ତ କରିବା ପାଇଁ ଗାଜା ଷ୍ଟ୍ରିପରେ ହମାସର ଆଡ୍ଡା  ଉପରେ ଆକ୍ରମଣ ଜାରି ରଖିଛି। ଏହି ସମୟରେ, ଖବର ଅଛି ଯେ ଅକ୍ଟୋବର ୭ରେ ଗାଜା ପଟୁ ଇସ୍ରାଏଲ ଉପରେ ରାତାରାତି କ୍ଷେପଣାସ୍ତ୍ର ଆକ୍ରମଣ ଯୋଜନା କରିଥିବା ହାମାସ ଆତଙ୍କବାଦୀଙ୍କୁ ହତ୍ୟା କରିଛି।

ଇସ୍ରାଏଲ ସେନା ଏକ ବୟାନରେ କହିଛି ,ହମାସର ଅସ୍ତ୍ର ଉତ୍ପାଦନ ସମ୍ଭାଗର ପ୍ରମୁଖ ମହସିନ୍ ଅବୁ ଜିନ୍ନାକୁ ମାରିବାରେ ସଫଳ ହୋଇଛୁ। କୁହାଯାଉଛି ଯେ, ଜିନା ହମାସ ପାଇଁ କୁଟନୈତିକ ରକେଟ୍‌ ଓ ଅସ୍ତ୍ରର ଉତ୍ପାଦନର ମାଷ୍ଟରମାଇଣ୍ଡ ଥିଲା। ଆଇଡିଏଫ୍ କହିଛି, ଆମ ସୈନିକ ଗାଜା ପଟି ଭିତରେ ପଶି ଆକ୍ରମଣ କରୁଛନ୍ତି, ଯେଉଁଥିରେ ଆତଙ୍କବାଦୀଙ୍କୁ ମାରି ଦିଆଯାଇଛି। ଏହା ସହିତ ଆତଙ୍କବାଦୀ ଢାଞ୍ଚାକୁ ମଧ୍ୟ ବିମାନ ଆକ୍ରମଣରେ ଧ୍ବଂସ କରି ଦିଆଯାଉଛି। ଏଭଳି ସ୍ଥିତିରେ ଏକ ଆକ୍ରମଣରେ ଅବୁ ଜିନ୍ନାକୁ ମାରି ଦିଆଯାଇଛି। ଆଇଡିଏଫ୍‌ ଅଫିସର ରାତିରେ ଏକ ଆତଙ୍କବାଦୀ ଗୋଷ୍ଠୀର ବିଷୟରେ ଜାଣିଥିଲା। ଯାହାକି ଇସ୍ରାଏଲି ସୁରକ୍ଷାବଳ ଉପରେ ଆଣ୍ଟି ଟ୍ୟାଙ୍କ ମିଶାଇଲ୍‌ ଉପରେ ଆକ୍ରମଣ କରିବାର ଥିଲେ। ଏହାପରେ ଏହି ଆତଙ୍କବାଦୀକୁ ମାରିବାରେ ସଫଳ ହୋଇଛନ୍ତି।

ଇସ୍ରାଏଲୀ ସେନା କହିଛନ୍ତି, ତାର ବହୁ ଏୟାରକ୍ରାଫ୍ଟକୁ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ପାଇଁ ଦାୟୀ ଆତଙ୍କୀ ଗୋଷ୍ଠୀକୁ ମାରିବାକୁ ପଠାଯାଇଥିଲା। ଏଥିରେ ବହୁ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପୂର୍ବରୁ ଇସ୍ରାଏଲ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଥିଲା, ଯେଉଁଥିରେ ହମାସ ପକ୍ଷରୁ ବ୍ୟବହାର କରାଯାଇଥିବା ଅସ୍ତ୍ର, ଗ୍ରେନେଡ୍‌, ରକେଟ ଓ ବିସ୍ଫୋରକ ବେଲ୍ଟ ଦେଖାଯାଇଥିଲା। 

Copyright © 2022 - Summa Real Media Private Limited. All Rights Reserved.