ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଗାଜା ସାମ୍ବାଦିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଇସ୍ରାଏଲ, ଅକ୍ଟୋବର ୭ ଆକ୍ରମଣ ସମ୍ପର୍କରେ ପାଇଥିଲେ ଆଗୁଆ ସୂଚନା !

Image Courtesy: indiatoday

ଜେରୁସାଲେମ: ଗାଜାରେ ଆକ୍ରମଣ ଜାରି ରଖିଥିବା ବେଳେ ଏବେ ସେଠାକାର ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଇସ୍ରାଏଲ । ଅକ୍ଟୋବର ୭ରେ ହମାସ ଆକ୍ରମଣ ସମୟରେ ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କ ଉପରେ ଖପ୍ପା ହୋଇଛି ଇସ୍ରାଏଲ । ସୀମାରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ସମୟରେ ଗାଜାର ସାମ୍ବାଦିକମାନେ ଫଟୋ ଉଠାଇବା ସହ ଖବର ସଂଗ୍ରହ କରିଥିବା ନେଇ ଇସ୍ରାଏଲର ଗଣମାଧ୍ୟମ ‘ହନେଷ୍ଟ ରିପୋର୍ଟିଂ’ରେ ଖବର ପ୍ରକାଶ ପାଇବା ପରେ ନେତାନ୍ୟାହୁ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।

ଇସ୍ରାଏଲକୁ ମିଳିବ ସ୍ପାଇସ୍ ବମ୍, ବାଲାକୋଟ ଏୟାର ଷ୍ଟ୍ରାଇକରେ ବ୍ୟବହାର କରିଥିଲା ଭାରତ...

ଏପରିକି ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ସଂପର୍କରେ ସେମାନେ ଆଗରୁ ଜାଣିଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଛି । ଗାଜା ପଟ୍ଟି ନିକଟବର୍ତ୍ତୀ ଇସ୍ରାଏଲ ସୀମାରେ ଯେଉଁ ଆକ୍ରମଣ ହୋଇଥିଲା ସେନେଇ ଗାଜାର ସାମ୍ବାଦିକମାନେ ଅନ୍ତ୍ରର୍ଜାତୀୟ ମିଡିଆ ସହ ମିଳିତ ଭାବେ ଖବର ସଂଗ୍ରହ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜୋର ଦେଇ କୁହାଯାଇଛି । ମାନବତା ପ୍ରତି ହୋଇଥିବା ଅପରାଧରେ ଗାଜା ସାମ୍ବାଦିକମାନେ ସଂଶ୍ଳିଷ୍ଟ ଥିବା ନେଇ ମଧ୍ୟ ଇସ୍ରାଏଲ ଅଭିଯୋଗ କରିଛି । 

 ଏହା ସହ ସାମ୍ବାଦିକମାନଙ୍କର ଏଭଳି କାର୍ଯ୍ୟ ବୃତ୍ତିଗତ ନିୟମରୁ ବାହାରେ ବୋଲି କହିଛି ଇସ୍ରାଏଲ । ଇସ୍ରାଏଲର ସରକାରୀ ପ୍ରେସ୍‌ କାର୍ଯ୍ୟାଳୟ ପକ୍ଷରୁ ଗାଜାର ସାମ୍ବାଦିକଙ୍କୁ ନିଯୁକ୍ତି ଦେଇଥିବା ମିଡିଆ ସଂସ୍ଥାକୁ  ଚିଠି ଦିଆଯାଇଛି । ଏଥିରେ ସଂପୃକ୍ତ ସାମ୍ବାଦିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଇସ୍ରାଏଲ ।  ସେପଟେ ‘ହନେଷ୍ଟ ରିପୋର୍ଟିଂ’ ୬ ଜଣ ଫ୍ରିଲାନ୍ସ ସାମ୍ବାଦିକ, ହାସନ ଏସଲାହିଆ, ୟୋସୁଫ ମାସୁଦ, ଅଲି ମହମୁଦ, ହାତେମ ଅଲି,ମହମ୍ମଦ ଫାଏକ ଅବୁ ମୁସ୍ତାଫା ଏବଂ ୟାଶିର କୁଦିଙ୍କ ନାଁ ସାମିଲ କରିଛି । ସେମାନେ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣ ସମୟରେ ଉପସ୍ଥିତ ଥିଲେ ବୋଲି ଅଭିଯୋଗ ହୋଇଛି । 

ୟୁକ୍ରେନ୍‌ ପରେ ଜର୍ଜିଆ ସହ ମୁହାଁମୁହିଁ ହୋଇପାରେ ରୁଷ୍‌, ବିବାଦୀୟ ଅଞ୍ଚଳରେ ଲୋକଙ୍କୁ ହତ୍ୟା କଲା ରୁଷ୍‌ ସେନା

ସେମାନେ ରୟଟର୍ସ, ଏପି ଏବଂ ନ୍ୟୁୟର୍କ ଟାଇମ୍ସ ପାଇଁ କାମ କରୁଥିବା ବେଳେ ଇସ୍ରାଏଲ ଟ୍ୟାଙ୍କ ଜଳୁଥିବାର ଫଟୋ ଉତ୍ତୋଳନ କରିଥିଲେ । ଏହା ସହ ହମାସ  ଆତଙ୍କବାଦୀ ଇସ୍ରାଏଲ ନାଗରିକଙ୍କୁ ଅପହରଣ କରିନେଉଥିବାର ଫଟୋ ଏବଂ ଭିଡିଓ ମଧ୍ୟ ସେମାନେ ଉଠାଇଥିବା ନେଇ ଦାବି ହୋଇଛି । ଏହି ସାମ୍ବାଦିକମାନେ ଉଠାଇଥିବା ଫଟୋରେ ଜର୍ମାନୀର ମହିଳା ଶାନି ଲୌକ ମଧ୍ୟ ଥିଲେ । 

ସେପଟେ ଆକ୍ରମଣ ନେଇ ଆଗୁଆ ସୂଚନା ନଥିଲା ବୋଲି ରୟଟର୍ସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ହମାସ ଆକ୍ରମଣର ଦୁଇ ଘଣ୍ଟା ପରେ ଫଟୋ ସବୁ ଉଠାଯାଇଥିବା ବେଳେ ବନ୍ଧୁକଧାରୀମାନେ ଇସ୍ରାଏଲରେ ପ୍ରବେଶ କରିଥିବା ନେଇ ଖବର ପ୍ରାୟ ୪୫ ମିନିଟ ପରେ ଦିଆଯାଇଥିଲା ବୋଲି ନ୍ୟୁଜ ଏଜେନ୍ସି ରୟଟର୍ସ ପକ୍ଷରୁ କୁହାଯାଇଛି ।

ସିରିଆରେ ଦ୍ୱିତୀୟ ଥର ଆମେରିକାର ଏୟାରଷ୍ଟ୍ରାଇକ୍, ୯ ଜଣଙ୍କ ମୃତ୍ୟୁ

  • Israel Hamas war
  • Copyright © 2022 - Summa Real Media Private Limited. All Rights Reserved.