ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁଦ୍ଧ ପରେ କଣ ହେବ ? ବିଶ୍ବସ୍ତରରେ ହମାସ ନେତାଙ୍କୁ ଖୋଜି ଖୋଜି ମାରିବାକୁ ଯୋଜନା କରୁଛି ଇସ୍ରାଏଲ

Image Courtesy: indiatoday

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସମାପ୍ତ ହେବା ପରେ ପୁଣି ଥରେ ଯୁଦ୍ଧର ତୀବ୍ରତା ବୃଦ୍ଧି ପାଇଛି । ଗାଜାର ପରିଚାଳିତ ହମାସ ଗୋଷ୍ଠୀ ଉପରେ ଆକ୍ରମଣ ଜୋରଦାର କରିଛି ଇସ୍ରାଏଲ । ଇତିମଧ୍ୟରେ ଇସ୍ରାଲର ଆଗାମୀ ଯୋଜନାକୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗାଜା ପଟ୍ଟିରେ ଜାରି ରହିଥିବା ଯୁଦ୍ଧ ଶେଷ ହୋଇଯିବା ପରେ ବିଶ୍ବର ଯେଉଁ ସ୍ଥାନରେ ହମାସ ନେତା ଥିବେ ସେମାନଙ୍କୁ ଇସ୍ରାଏଲ ଖୋଜି ଖୋଜି ହତ୍ୟା କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଲେବାନନ୍‌, କତାର ଏବଂ ତୁର୍କୀରେ ଥିବା ହମାସର ନେତାଙ୍କୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ବରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ନିପାତ କରିବ ବୋଲି କୁହାଯାଉଛି । ଏହା ପୂର୍ବରୁ ନଭେମ୍ବର ୨୨ରେ ବିଶ୍ବର ଯେକୌଣସି କୋଣରେ ଥିବା ହମାସ ନେତାଙ୍କୁ ଟାର୍ଗେଟ କରିବାକୁ ସାର୍ବଜନୀନ ଭାବେ ଘୋଷଣା କରିଥିଲେ ନେତାନ୍ୟାହୁ । ହମାସର ଶୀର୍ଷ ନେତୃତ୍ବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୋସାଦକୁ ନିର୍ଦ୍ଦେଶ ଦେଇଥିବା ନେଇ କହିଥିଲେ ବେଞ୍ଜାମିନ ନେତାନ୍ୟାହୁ ।

 ଏହା ସହିତ ବିଶ୍ବର ଯେଉଁ ସ୍ଥାନରେ ଥିବା ହମାସ ନେତାଙ୍କୁ ଖୋଜାଯାଉଛି । ଗାଜାରେ ଥିବା ଏବଂ ବିଦେଶକୁ ଚାଲିଯାଇଥିବା ହମାସ ନେତାଙ୍କୁ ଛଡ଼ାଯିବନି ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍‌ ଗ୍ୟାଲାଣ୍ଟ କହିଥିଲେ । ଏଭଳି ଅନରେସନକୁ ମୁଖ୍ୟତଃ ଗୁପ୍ତ ରଖୁଥିବା ଇସ୍ରାଏଲର ନେତାଗଣ ଏବେ ହମାସ ନେତାଙ୍କୁ ମାରିବା ଲଗି ଖୋଲାଖୋଲି କହୁଛନ୍ତି । ତେବେ ଇସ୍ରାଏଲର ଏହି ଯୋଜନାକୁ ଜାରି ରହିଥିବା ଯୁଦ୍ଧର ବିସ୍ତାର ରୂପେ ଦେଖାଯାଉଛି ।

ଏହା ପୂର୍ବରୁ ମୋସାଦର ନିର୍ଦ୍ଦେଶକ ଏଫ୍ରେମ୍‌ ହାଲେବି କହିଥିଲେ ଯେ, ଇସ୍ରାଏଲ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା କଷ୍ଟସାଧ୍ୟ । ସେପଟେ ବିଶ୍ବରେ ହମାସ ନେତାଙ୍କୁ ମାରିବା ଦ୍ବାରା ବିପଦ କମିବା ପରିବର୍ତ୍ତେ ବଢ଼ିବ ବୋଲି ସେ କହିଥିଲେ । ଅନ୍ୟପଟେ ଇସ୍ରାଏଲର ପୂର୍ବତନ ଆର୍ମି ଜେନେରାଲ ଆମୋସ ୟାଦଲିନଙ୍କ ମତରେ ଯେଉଁ ହମାସ ନେତା ଆକ୍ରମଣ ପାଇଁ ଯୋଜନା କରିଥିଲେ, ଯେଉଁମାନେ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନଚେତ ସେମାନଙ୍କୁ ହତ୍ୟା କରିବା ଦରକାର ।  

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.