ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜା ଉପରେ ପରମାଣୁ ବୋମା ପକାଇବା ‘ବିକଳ୍ପ’ ହୋଇପାରେ ବୋଲି କହିଲେ ଇସ୍ରାଏଲର ମନ୍ତ୍ରୀ

ଜେରୁଜେଲମ୍, ୦୫/୧୧: ହମାସ୍-ଇସ୍ରାଏଲ୍ ଯୁଦ୍ଧ ଥମୁନି । ଗାଜା ପଟ୍ଟିରେ ପଶି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଆକ୍ରମଣ କରି ଚାଲିଛି । ଇସ୍ରାଏଲର ଆଟାକ୍ ଶାଣିତ ହେଉଥିବା ବେଳେ ଇସ୍ରାଏଲର ଐତିହ୍ୟ ମନ୍ତ୍ରୀ ଆମିଚାଇ ଏଲିୟାହୁ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଚାଲିଥିବା ଯୁଦ୍ଧରେ ହମାସ୍ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ଇସ୍ରାଏଲ୍ ପାଖରେ ଏକ ବିକଳ୍ପ ହେଉଛି ଗାଜା ପଟ୍ଟିରେ ଏକ ପରମାଣୁ ବୋମା ପକାଇବା ।

ଏକ ରେଡିଓ ଇଣ୍ଟରଭ୍ୟୁ ବେଳେ ଏହି ମନ୍ତବ୍ୟ ଦେଇଛନ୍ତି ଏଲିୟାହୁ । ତେବେ ଏଲିୟାହୁ ଦେଇଥିବା ମନ୍ତବ୍ୟକୁ ଗ୍ରହଣ କରି ନାହାନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ସେ କହିଛନ୍ତି, ଏଲିୟାହୁ ଦେଇଥିବା ମନ୍ତବ୍ୟରେ କୌଣସି ସତ୍ୟତା ନାହିଁ । ଅନ୍ତର୍ଜାତୀୟ ଆଇନକୁ ନଜରରେ ରଖି ନିରୀହଙ୍କୁ କ୍ଷତି ନ ପହଞ୍ଚାଇ ଇସ୍ରାଏଲ୍ ଲଢ଼ୁଛି । ଇସ୍ରାଏଲ୍ ବିଜୟୀ ହେବା ପର୍ଯ୍ୟନ୍ତ ଲଢ଼ିବ ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ନେତନ୍ୟାହୁ ।

କଂଗ୍ରେସର ଛତିଶଗଡ଼ ନିର୍ବାଚନ ପ୍ରତିଶ୍ରୁତି; ଘୋଷଣା ପତ୍ରରେ ୧୭ ଗ୍ୟାରେଣ୍ଟି, ୨୦୦ ୟୁନିଟ୍ ଯାଏଁ ମାଗଣା ବିଦ୍ୟୁତ୍

ତେବେ ଇସ୍ରାଏଲର ଐତିହ୍ୟ ମନ୍ତ୍ରୀ ଆମିଚାଇ ଏଲିୟାହୁଙ୍କ ବୟାନକୁ ନେଇ ଇସ୍ରାଏଲର ବିରୋଧୀ ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ୟେଆର୍ ଲାପିଡ୍ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ତୁରନ୍ତ ଏଭଳି ଦାୟିତ୍ୱହୀନ ମନ୍ତ୍ରୀଙ୍କୁ ବିଦା କରାଯାଉ ।

ରେଡିଓକୁ ସାକ୍ଷାତକାର ବେଳେ ଏଲିୟାହୁ ଗାଜାବାସୀଙ୍କୁ ‘ନାଜିସ୍’ ସମ୍ବୋଧନ କରିଛନ୍ତି । କହିଛନ୍ତି, ଗାଜାରେ ରହୁଥିବା ସମସ୍ତ ବ୍ୟକ୍ତିବିଶେଷ ହମାସ୍ ସହ ଜଡ଼ିତ । ତେବେ ଗାଜା, ଇସ୍ରାଏଲ ସହ ମିଶିବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ତାହା ସେମାନେ ନିଷ୍ପତ୍ତି ନେବେ ।

ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ ଦେଲେ ହିଜବୁଲ୍ଲାହ ମୁଖ୍ୟ ହସନ ନସରୁଲ୍ଲାହ ! ଲେବାନନ ସରକାର ମଧ୍ୟ ଖୁବ୍ ଭୟଭୀତ

୨୦୦୭ ପରଠାରୁ ଗାଜା ପଟ୍ଟିରେ ହମାସ୍ ଶକ୍ତିଶାଳୀ ହେବାରେ ଲାଗିଛି । ଦଶନ୍ଧି ଧରି ଗାଜା ପଟ୍ଟି ଉଭୟ ଇସ୍ରାଏଲ୍ ଓ ଫିଲିସ୍ତିନଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବିବାଦ ଲାଗି ରହିଛି । ତେବେ ଏଲିୟାହୁ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସେ ସୋସିଆଲ୍ ମିଡିଆରେ ସଫେଇ ଦେଇଛନ୍ତି । ଲେଖିଛନ୍ତି, ବନ୍ଧକଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ଇସ୍ରାଏଲ୍ ସବୁ ପଦକ୍ଷେପ ନେବାକୁ ପ୍ରସ୍ତୁତ । ତେବେ ସରକାରଙ୍କ ଛବି ସୁଧାରିବାକୁ ଯାଇ ନେତନ୍ୟାହୁ, ଏଲିୟାହୁଙ୍କୁ କ୍ୟାବିନେଟ୍ ବୈଠକରୁ ନିଲମ୍ବିତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.