ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଜାଗା ମିଶନ ଭେଳିକି: ବସ୍ତି ବାସିନ୍ଦାଙ୍କଠୁ ଭୂମି ଅଧିକାର ପ୍ରମାଣପତ୍ର ଫେରାଇ ନେବ ବିଏମ୍‌ସି

ଭୁବନେଶ୍ୱର,୦୪/୦୯: ଜାଗା ମିଶନକୁ ନେଇ ପୁଣି ନୂଆ ଭେଳିକି ଆରମ୍ଭ ହୋଇଛି । ଭୁବନେଶ୍ୱରରେ ବସ୍ତି ବାସିନ୍ଦା ପାଇଥିବା ଭୂମି ଅଧିକାର ପ୍ରମାଣପତ୍ରକୁ (ଏଲ୍‌ଆରସି) ବିଏମ୍‌ସି ଫେରାଇ ନେବ । ତା ବଦଳରେ ପୁଣି ନୂଆ ପ୍ରମାଣପତ୍ର ପ୍ରଦାନ କରାଯିବ । ସେପଟେ ୩୨ ବର୍ଗ ମିଟର ଅଧିକ ଜାଗା ପାଇଥିବା ବସ୍ତି ବାସିନ୍ଦାଙ୍କ ଠାରୁ ନଗଦ ଟଙ୍କା ନେବାକୁ ନେଇ ପ୍ରଶ୍ନ ଉଠିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଏମ୍‌ସି ପକ୍ଷରୁ ୫୧ହଜାର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ୩୦ ହଜାର ପ୍ରମାଣପତ୍ର ନେଇ ସାରିଲେଣି । ଏବେ ବିଏମ୍‌ସି ନୂଆ ଭେଳିକି ଆରମ୍ଭ କରିଛି । ଦିଆଯାଇଥିବା ସବୁ ପ୍ରମାଣପତ୍ରକୁ ଫେରାଇ ନେଇ ତହସିଲଦାରଙ୍କ ଦସ୍ତଖତ ଓ ମୋହର ମରା ପ୍ରମାଣପତ୍ର ପ୍ରଦାନ କରାଯିବ । ଫଳରେ ଯେଉଁମାନେ ପୂର୍ବରୁ ପ୍ରମାଣପତ୍ର ନେଇଛନ୍ତି ସେମାନେ ପୁଣି ଥରେ ବିଏମ୍‌ସି ଜୋନ୍‌ ଅଫିସରେ ଚକ୍କର କାଟିବେ । ବିଏମ୍‌ସିର ମାଳମାଳ ତ୍ରୁଟି ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି । ଭୂମି ଅଧିକାର ପ୍ରମାଣପତ୍ରରେ ବିଏମ୍‌ସି ଅତିରିକ୍ତ କମିଶନରଙ୍କ ଦସ୍ତଖତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।  

ଜାଗା ମିଶନର ନିୟମ ଅନୁସାରେ ସହରାଞ୍ଚଳ ବସ୍ତିରେ ଯେଉଁମାନଙ୍କର ରେସନ କାର୍ଡ ଥିବ ସେମାନେ ୩୨୩ ବର୍ଗ ମିଟର ଜାଗା ମାଗଣାରେ ପାଇବେ । ତା ଠାରୁ ଅଧିକ ଜାଗା ଥିଲେ ସେମାନେ ସରକାରୀ ବେଞ୍ଚମାର୍କ ମୂଲ୍ୟର ୫ ପ୍ରତିଶତ ଅନୁସାରେ ଟଙ୍କା ପୈଠ କରିବେ । ଯାହାର ରେସନ କାର୍ଡ ନାହିଁ, କିନ୍ତୁ ବସ୍ତିରେ ଘର ରହିଛି, ସେମାନେ ମଧ୍ୟ ଟଙ୍କା ଦେବେ ।

ଭୂମି ଅଧିକାର ପାଇବା ପାଇଁ ଜଣେ ବସ୍ତି ବାସିନ୍ଦା ୨ ଲକ୍ଷରୁ ୨ ଲକ୍ଷ ୮୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଇଛନ୍ତି । ହେଲେ ଏହି ସବୁ ଟଙ୍କାକୁ କାହିଁକି ନଗଦ ବା କ୍ୟାସ୍‌ରେ ଆଦାୟ କରାଗଲା । ଆଦାୟ ପଛର ରହସ୍ୟ କ’ଣ? ଏନେଇ ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଅପରୂପା ନାରାୟଣ ପ୍ରଶ୍ନ ଉଠାଇଛନ୍ତି । ଟଙ୍କାକୁ ମିଳିମିଶି ହଡ଼ପ କରିବାକୁ ଯୋଜନା ହୋଇଛି ବୋଲି ଦାବି କରିଛନ୍ତି । ସେପଟେ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ବସ୍ତି ବାସିନ୍ଦା ଖୁବ୍‌ କମ୍‌ ସମୟରେ ଟଙ୍କା ବ୍ୟାଙ୍କରେ ଜମା କରିବା ସମ୍ଭବ ନଥିଲା । ଏହି ସବୁ ଟଙ୍କାକୁ ଅର୍ବାନ ସ୍ଲମ ପୁଅର୍‌ ଫଣ୍ଡରେ ରଖାଯାଇଛି । ଟଙ୍କା ସୁରକ୍ଷିତ ରହିଛି ।

ଜାଗା ମିଶନକୁ ନେଇ ଶନିବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ସମସ୍ତ ୱାର୍ଡର କର୍ପୋରେଟରମାନେ ଉପସ୍ଥିତ ଥିଲେ । ଆଲୋଚନାବେଳେ ବିଜେପି କର୍ପୋରେଟରମାନେ ଭୂମି ଅଧିକାର ପ୍ରମାଣପତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ । ତହସିଲଦାରଙ୍କ ବିନା ଦସ୍ତଖତରେ କିପରି ଏହା ପ୍ରଦାନ କରାଯାଉଛି ବୋଲି ଜବାବ ମାଗିଥିଲେ । ଯହାକୁ ନେଇ ତୁତୁ ମେଁ ମେଁ ପରିସ୍ଥିତି ଉପୁଜିଥିଲା । ଏପରି କଥା କଟିକଟି ପରେ ମେୟର ଅଧାରୁ ବୈଠକ ଛାଡ଼ି ପଳାଇଥିଲେ ।

ଅନ୍ୟପକ୍ଷରେ ଯେଉଁମାନେ ଚଞ୍ଚକତା କରି ଜାଗା ହାତେଇଛନ୍ତି ସେମାନଙ୍କ ଠାରୁ ଜାଗା ଫେରାଇ ନିଆଯିବ । ଏନେଇ ପୁଣି ଥରେ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି । ଯେଉଁମାନେ ପଟ୍ଟା ପାଇନାହାନ୍ତି ସେମାନଙ୍କୁ ମଧ୍ୟ ସର୍ଭେରେ ସାମିଲ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

Copyright © 2022 - Summa Real Media Private Limited. All Rights Reserved.