ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବକୁ ନେଇ ସିର୍ଜାପାଲି ଗାଁ ଉତ୍ସବ ମୁଖର,୯ ଦିନ ଚାଲିବ ମହୋତ୍ସବ

କେସିଙ୍ଗା,୧୮/୨: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମରେ ଶନିବାର ଦିନ ଠାରୁ ଆରମ୍ଭ ହୋଇଯାଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ। ଏହି ମହୋତ୍ସବ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପ୍ରତିଦିନ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ପୂଜା ପାଠ ସହିତ ମହାଯଜ୍ଞ କାର୍ଯ୍ୟକ୍ରମ ରହିଛି। ସେହିପରି ୨୧ ତାରିଖ ଦିନ ଠାରୁ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ କରାଯିବ। ତେବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମକୁ ନେଇ ସିର୍ଜାପାଲି ଗାଁ ଉତ୍ସବ ମୁଖର ହୋଇଉଠିଛି। 

ଶୁକ୍ରବାର ଅପରାହ୍ନରେ ମଙ୍ଗଳାରୋପଣ ଏବଂ ମଣ୍ଡଳ ବରଣ କାର୍ଯ୍ୟକ୍ରମ ହୋଇଥିଲା। ଶନିବାର କଳସ ଯାତ୍ରା ସହିତ ନୂତନ ମନ୍ଦିରରେ ବିଭିନ୍ନ ପୂଜାପାଠ ସାଙ୍ଗକୁ ଯଜ୍ଞ ହୋଇଥିଲା ଏବଂ ଗାୟିକା ଜ୍ୟୋସ୍ନାମୟୀ ଦିକ୍ଷୀତ ଓ ସାଥୀ ବର୍ଷାରାଣୀ ବହିଦାରଙ୍କ ଦ୍ଵାରା ଗୋପ ଲୀଳା ପାରାୟଣ ଆରମ୍ଭ ହୋଇଥିବା ବେଳେ ରବିବାର ଦିନ ଠାରୁ ମଙ୍ଗଳବାର ଦିନ ପର୍ଯ୍ୟନ୍ତ ଅନ୍ୟ ପାରାୟଣ ଗାୟିକାମାନେ ମଧ୍ୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।  

ସୂଚନାଯୋଗ୍ୟ ଯେ, ଆସନ୍ତା ୨୧ ତାରିଖ ଦିନ ଚବିଶ ପ୍ରହର ନାମଯଜ୍ଞ ଆରମ୍ଭ ହେବା ସହିତ ମହାଲକ୍ଷ୍ମୀ ବିଗ୍ରହ ଓ ବିମଳା ବିଗ୍ରହ ପ୍ରତିଷ୍ଠା, ବୃନ୍ଦାବତୀ ପ୍ରତିଷ୍ଠା, ନୀଳଚକ୍ର ସ୍ଥାପନ, ଧ୍ଵଜ ସ୍ଥାପନ ଦଶ ଦିଗପାଳ ପୂଜା, ଯୁପ ପ୍ରତିଷ୍ଠା ଓ ଚଣ୍ଡୀ ପାଠ କରିଯିବ। ସେହିପରି ୨୨ ତାରିଖ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ସହିତ ଅନ୍ୟାନ୍ୟ ପୂଜା ଓ ଶ୍ରୀ ଲକ୍ଷ୍ମୀନାରାୟଣ ବିବାହ ଉତ୍ସବ ରଖାଯାଇଛି। ମହୋତ୍ସବର ଶେଷ ଦିନ ଅର୍ଥାତ୍ ୨୪ ତାରିଖ ମଙ୍ଗଳ ଆଳତି ସହିତ ନାମଯଜ୍ଞ ସମ୍ପୁର୍ଣ୍ଣ ଏବଂ ଶ୍ରୀ ରାଧାକୃଷ୍ଣଙ୍କ ନଗର ପରିକ୍ରମା, ଦଧି ହାଣ୍ଡି ଭଞ୍ଜନ ସହିତ ଯଜ୍ଞ ପୂର୍ଣ୍ଣାହୁତି ହେବ। ସିର୍ଜାପାଲି ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ୯ ଦିନ ଧରି ମହାଆଡମ୍ବରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଥିବା ନେଇ ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.