ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାମଲଲାଙ୍କ ଯୋଗୁଁ କଣ ବିଜେପିକୁ ଫେରିଲେ ନୀତୀଶ ? ଶପଥ ପାଠ ବେଳେ 'ଜୟ ଶ୍ରୀରାମ' ନାରା

ପାଟନା – ନୀତୀଶ କୁମାର ୯ଥର ବିହାରର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଆରଜେଡି ଓ କଂଗ୍ରେସ ହାତ ଛାଡ଼ି ପୁଣି ଥରେ ଏନଡିଏକୁ ଫେରିଛନ୍ତି। ଶପଥ ଗ୍ରହଣ ବେଳେ ରାଜଭବନରେ ବିଜେପି ଓ ଡେଜିୟୁର ନେତା ଜୟ ଶ୍ରୀରାମର ମଧ୍ୟ ନାରା ଦେବାର ନଜର ଆସିଥିଲା। ରାଜନୀତିକ ବ୍ୟକ୍ତି ବିଶେଷଙ୍କ କହିବାନୁସାରେ , ଇଣ୍ଡିଆ ଗଠବନ୍ଧନରେ ନୀତୀଶ କୁମାରଙ୍କ ୟୁଟର୍ନର ପଛରେ ରାମ ମନ୍ଦିର ମଧ୍ୟ କାରଣ। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଯେଉଁ ଭଳି ଦେଶରେ ରାମ ଲହର ଦେଖା ଦେଇଛି , ଏଥିରେ ନୀତିଶ କୁମାରଙ୍କୁ ମଧ୍ୟ ବିଜେପି ଆଡ଼କୁ ଢଳିବା ବାଧ୍ୟ କରି ଦେଇଛି। 

ସୂଚନାକାରୀଙ୍କ କହିବାନୁସାରେ , ଆଗାମୀ ୨୦୨୪ ନିର୍ବାଚନରେ ବିଜେପି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ପ୍ରସଙ୍ଗ କରିବାକୁ ଯାଉଛି। ଉକ୍ତ ମାମଲା ସହ ଦେଶର ଏକ ବଡ଼ ହିନ୍ଦୁ ସଂପ୍ରଦାୟ ଯୋଡ଼ି ହୋଇ ରହିଛି। ଯେଉଁ ଭଳି ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୂରା ଦେଶ ରାମମୟ ନଜର ଆସୁଥିଲା , ଏଥିରେ ବିରୋଧି ଦଳ ଗୁଡ଼ିକ ଭୟଭୀତ ହୋଇ ଯାଇଛନ୍ତି। କଂଗ୍ରେସ ନେତାଙ୍କୁ ନିମନ୍ତ୍ରଣ ମିଳିବା ପରେ ମଧ୍ୟ ପ୍ରାଣ ପ୍ରତିଷ୍ଠାକୁ ଯିବାକୁ ମନା କରି ଦେଇ ଥିଲେ।

ଇଣ୍ଡିଆ ଗଠବନ୍ଧନରେ ସିଟ୍‌ ବଣ୍ଟନକୁ ନେଇ ନୀତୀଶ କୁମାର ଅସହଜ ନଜର ଆସୁଥିଲେ। ସେଠାରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଗଠବନ୍ଧନର ଅଧ୍ୟକ୍ଷ କରାଯିବା ପରେ ନୀତୀଶଙ୍କ ଅସନ୍ତୁଷ୍ଟତା ଖୋଲାଖୋଲି ସାମନାକୁ ଆସିଥିଲା। ପ୍ରଥମେ ମମତା ବାନାର୍ଜୀ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ପ୍ରସ୍ତାବିତ କରିଥିଲେ। ପରେ ତାଙ୍କୁ ଇଣ୍ଡିଆ ଗଠବନ୍ଧନର ଅଧ୍ୟକ୍ଷ କରାଗଲା। ଏହା ଉପରେ ନୀତୀଶ କୁମାର ସଂଯୋଜକର ପଦକୁ ଏଡେଇ ଦେଇଥିଲେ। ନୀତୀଶ କୁମାର କହିଛନ୍ତି କି, ଇଣ୍ଡିଆ ଗଠନବନ୍ଧନ କାମ କରୁନାହିଁ ।  


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.