ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଜାପାନୀ ରାଷ୍ଟ୍ରଦୂତ ଦିଲ୍ଲୀର ମାର୍କେଟ୍‌ରେ ଖାଇଲେ ଆଳୁ-ଟିକ୍କି , କହିଲେ – ଏବେ ମୁଁ ପୂରା ଭାରତୀୟ ...

ନୂଆଦିଲ୍ଲୀ -  ଭାରତରେ ଜାପାନୀ ରାଷ୍ଟ୍ରଦୂତ ହିରୋଶୀ ସୁଜୁକି ଗତ ବର୍ଷ ଭାରତ ଆସିଥିଲେ ଏବଂ ସେଦିନ ଠାରୁ ସେ ଭାରତୀୟ ଭୋଜନ ପ୍ରତି ନିଜର ଭଲ ପାଇବା ଯୋଗୁଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ପାଲଟିଛନ୍ତି । ଅନେକ ଘଟଣାରେ ୬୧ ବର୍ଷିୟ ଏହି ରାଷ୍ଟ୍ରଦୂତଙ୍କର ଭାରତୀୟ ବ୍ୟଞ୍ଜନର ଆନନ୍ଦ ନେବାର ଭିଡ଼ିଓ ଭାଇରାଲ ହେଉଛି, ଯାହା ଦେଶର ବିବିଧ ଓ ସ୍ୱାଦିଷ୍ଟ ବ୍ୟଞ୍ଜନକୁ ନେଇ ତାଙ୍କର ଶ୍ରଦ୍ଧାକୁ ଦର୍ଶାଉଛି। ନିକଟରେ ଜାପାନୀ ରାଜଦୂତ ଦିଲ୍ଲୀର ପ୍ରସିଦ୍ଧ ସ୍ଥାନ ଗୁଡ଼ିକ ମଧ୍ୟରୁ ଗୋଟିଏ ସରୋଜିନୀ ନଗର ଗସ୍ତ କରିଥିଲେ। ଖୁବ୍ ଭିଡ଼ ଜମୁଥିବା ଏହି ମାର୍କେଟ୍‌ର ରାସ୍ତା କଡ଼ରୁ ସେ ଆଳୁ-ଟିକ୍କିର ମଜା ଉଠାଇଥିଲେ । ଏହା ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି। 

ହିରୋଶୀ ସୁଜୁକୀ ନିଜ ପତ୍ନୀ ଇକୋ ସୁଜୁକି ଓ ଜଣେ ହିନ୍ଦୀ ଭାଷୀ ଜାପାନୀ ୟୁଟ୍ୟୁବର , ଯିଏ ସୋସିଆଲ ମିଡ଼ିଆରେ ଖୁବ୍‌ ଲୋକପ୍ରିୟ ଅଛନ୍ତି , ତାଙ୍କ ସହ ଦିଲ୍ଲୀର ସରୋଜିନୀ ନଗର ଅଞ୍ଚଳକୁ ଯାଇଥିଲେ। ସେ କ୍ୟାପସନରେ ଲେଖିଛନ୍ତି –ମୁଁ ଏବେ ସଂପୂର୍ଣ୍ଣ ଭାବେ ଭାରତୀୟ ହୋଇ ଯାଇଛି। ପୂରା ଦେଶୀ ଅନୁଭବ । ଆଳୁ-ଟିକ୍କିର ମଜାର ସହ।


କେବିସିରେ ଏହି ସପ୍ତାହ ରଚିବ ଇତିହାସ , ୭କୋଟିର ପ୍ରଶ୍ନ ଯାଏ ପହଞ୍ଚିଲେ ପ୍ରତିଯୋଗୀ

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି , ରାଷ୍ଟ୍ରଦୂତ ସୁଜୁକି ଷ୍ଟ୍ରିଟ୍‌ ଫୁଡ୍‌ର ସ୍ୱାଦ ନେଉଛନ୍ତି , ବିଭିନ୍ନ ଦୋକାନକୁ ଯାଉଛନ୍ତି ଏବଂ ସ୍ଥାନୀୟ ଲୋକ ଓ ଦୋକାନୀଙ୍କ ସହ  କଥାବାର୍ତ୍ତା କରୁଛନ୍ତି । ଭିଡ଼ିଓକୁ ସୋସିଆଲ ମିଡିଆ ୟୁଜରଙ୍କର ଖୁବ୍‌ ପଜିଟିଭ ପ୍ରତିକ୍ରିୟା ମିଳିଛି । ସେମାନେ ଭାରତୀୟ ସଂସ୍କୃତିରେ ତାଙ୍କର ରୁଚି ଓ ଲୋକଙ୍କ ସହ ଯୋଡ଼ି ହେବା ନେଇ ସଂପୃକ୍ତ ରାଷ୍ଟ୍ରଦୂତଙ୍କୁ ପ୍ରଶଂସା କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.