ଭୁବନେଶ୍ବର, ୨୮।୧ : ପ୍ରତିଶ୍ରୁତି ପୂରଣ କଲେ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଝାରସୁଗୁଡ଼ା ଡାକଘରର ନବୀକରଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଝାରସୁଗୁଡ଼ା ଡାକଘରକୁ ମିଳିଲା ନୂଆ ମେକଓଭର । ନବୀକରଣ ପରେ ପୁରାତନ ଐତିହାସିକ ଝାରସୁଗୁଡା ଡାକଘର ନୂଆ ରୂପରେ ଝଲସୁଛି। ପୁରାତନ ଡାକଘରର ନବୀକରଣ ଆକର୍ଷଣୀୟ ହୋଇଛି।
୧୮୮୨ ମହିଳା ଏହି ଡାକଘର ନିର୍ମାଣ ହୋଇଥିଲା। ତେବେ ଏହି ପୁରାତନ ଡାକଘରର ନବୀକରଣ ପାଇଁ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି। ପୁରାତନ ଏହି ଡାକଘର ଏକ ଚମତ୍କାର ନବୀକରଣ ଏବଂ ସ୍ଥାପତ୍ୟ ପରମ୍ପରାର ସଂରକ୍ଷଣରେ ପରିଣତ ହୋଇଛି ।
ଆହୁରି ପଢନ୍ତୁ : ବଢିଲା ବିଏସକେଓ୍ବାଇ- ନବୀନ କାର୍ଡ ଆବେଦନ ତାରିଖ , ଫେବୃୟାରୀ ୮ ପର୍ଯ୍ୟନ୍ତ କରି ହେବ ଆବେଦନ