ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ, ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ହାଉସ ସ୍ପିକର

ଓ୍ବାଶିଂଟନ୍‌, ୧୨/୦୯: ୨୦୨୪ ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଝଟକା ଲାଗିଛି । ମହାଭିଯୋଗର ସାମ୍ନା କରିଛନ୍ତି ବାଇଡେନ । ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଉସ ସ୍ପିକର କେଭିନ୍‌ ମାକାର୍ଥୀ । ମଙ୍ଗଳବାର ଦିନ ବାଇଡେନଙ୍କ ପାରିବାରିକ ବ୍ୟବସାୟକୁ ନେଇ ଉଠିଥିବା ଅଭିଯୋଗ ସଂପର୍କରେ ଯାଞ୍ଚ ଆରମ୍ଭ କରିବାକୁ ମାକାର୍ଥୀ ହାଉସ୍‌ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି । ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନଙ୍କ ବ୍ୟବସାୟ ସମ୍ପର୍କିତ ଦୁର୍ନୀତିର ରିପବ୍ଲିକାନ୍‌ ସଠିକ ଚିଠା ଦେଇଥିବା ବେଳେ ଏକ ‘କଲଚର ଅଫ୍‌ କର୍ପସନ୍‌’ ସଂପର୍କରେ ଜଣାପଡ଼ିଛି ବୋଲି ମାକାର୍ଥୀ କହିଛନ୍ତି । 

ରାସ୍ତାକଡ଼ରେ ଛିଡ଼ା ହୋଇ ପର୍ଣ୍ଣ ଦେଖୁଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ, ହାଇକୋର୍ଟ ଦେଲେ ଏମିତି ରାୟ

ଶକ୍ତିର ଭୁଲ ବ୍ୟବହାର ଏବଂ ଦୁର୍ନୀତି ନେଇ ବାଇଡେନଙ୍କ ବିରୋଧରେ ଅଭିଯୋଗ ହୋଇଛି । ଆମେରିକା ଇତିହାସରେ ଏହା ପଞ୍ଚମ ଥର ହୋଇଛି ଯେ ଜଣେ ରାଷ୍ଟ୍ରପତି ମହାଭିଯୋଗର ସାମ୍ନା କରିଛନ୍ତି । ମାକାର୍ଥୀ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ବରିଷ୍ଠ ସାଂସଦଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଥିଲେ । ସେପଟେ ବାଇଡେନଙ୍କ ବିରୋଧରେ ଆସିଥିବା ମହାଭିଯୋଗକୁ ଖଣ୍ଡନ କରିଛି ହ୍ବାଇଟ ହାଉସ୍‌ । 

ଏହା ସହ ଟ୍ରମ୍ପଙ୍କୁ କ୍ୟାମ୍ପେନକୁ ବଳ ଦେବା ପାଇଁ ବାଇଡେନଙ୍କ ବିରୋଧରେ ଭୁଲ ଅଭିଯୋଗ ଅଣାଯାଇଛି । ଟ୍ରମ୍ପ ୨ ଥର ମହାଭିଯୋଗର ସାମ୍ନା କରିସାରିଛନ୍ତି । ସେ ଅନେକ ଗୁଡ଼ିଏ ଅପରାଧରେ ଛନ୍ଦି ହୋଇଛନ୍ତି ବୋଲି ଡମୋକ୍ରାଟ ନେତା ଜେମି ରସକିନ୍‌ କହିଛନ୍ତି । ଅନ୍ୟପକ୍ଷରେ ରପବ୍ଲିକାନ ଦଳ ପକ୍ଷରୁ ହଣ୍ଟର ବାଇଡେନଙ୍କ ବ୍ୟବସାୟିକ ଦୁର୍ନୀତି ନେଇ ଅଭିଯୋଗ କରାଯାଇଥିଲେ ବି ଏନେଇ ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ । 

ପେଟରେ ଏସିଡିଟି କମାଇବାରେ ରାମବାଣ ହୋଇପାରେ ହଳଦୀ, ମେଡିକାଲ୍‌ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟକୁ ନେଇ ଚର୍ଚ୍ଚା


  • joe biden
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.