ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ନଭେମ୍ବର ୫ରେ ଜୟଆଲୁକାସଙ୍କ ଆତ୍ମଜୀବନୀ ଉନ୍ମୋଚନ

ଭୁବନେଶ୍ୱର,୦୪/୧୧: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଜୟଆଲୁକାସ ଗ୍ରୁପର ସଫଳତା ପଛରେ ଥିବା ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗୀ ଜୟଆଲୁକାସଙ୍କ ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ ନଭେମ୍ବର ୫ରେ ଉନ୍ମୋଚିତ ହେବ । ନଭେମ୍ବର ୫ ସଂଧ୍ୟାରେ ଶାରଜା ଅନ୍ତର୍ଜାତୀୟ ପୁସ୍ତକ ମେଳାରେ ଏହାର ଉନ୍ମୋଚନ ନେଇ କାର୍ଯ୍ୟକ୍ରମ  ସ୍ଥିର ହୋଇଛି । କାର୍ଯ୍ୟକ୍ରମରେ ଜୟ ଆଲୁକାସର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସଡର ତଥା ବଲିଉଡ  ଅଭିନେତ୍ରୀ କାଜୋଲ ସମ୍ମାନିତ ଅତିଥି ଭାବେ  ଯୋଗ ଦେବେ । 

ଜୟ ଆଲୁକାସଙ୍କ ଆତ୍ମ ଜୀବନୀ  ନେତୃତ୍ୱ, ବ୍ରାଣ୍ଡ୍‌ ବିଲ୍ଡିଂ ଓ ସ୍ଥିରତା, ସତ୍ୟନିଷ୍ଠ ଓ  ନିଷ୍ଠା ମାଧ୍ୟମରେ ଲକ୍ଷ୍ୟ ପ୍ରତି ଏକାଗ୍ରତା ଏବଂ ଦୃଢ଼ ଚିତ୍ତରେ ଅନୁସରଣ ସମ୍ପର୍କରେ  ମୂଲ୍ୟବାନ ଜ୍ଞାନ ପ୍ରଦାନ କରେ । ବିଶ୍ୱ ପ୍ରସିଦ୍ଧ ପ୍ରକାଶକ ହାର୍ପର କୋଲିନ୍ସଙ୍କ ଦ୍ୱାରା ପ୍ରକାଶିତ  ଏହି ଜୀବନୀ ମାଲାୟାଲାମ ଏବଂ ଆରବୀରେ ଅନୁବାଦ ଚାଲିଛି । ଏହା ପ୍ରମୁଖ ଇ-କମର୍ସ  ସାଇଟରେ ଉପଲବ୍ଧ । ଏହି ଅବସରରେ ଜୟ ଆଲୁକାସ କହିଛନ୍ତି, ଜୟଆଲୁକାସର  ସଫଳତାର କାହାଣୀ ଗୋଟିଏ ରାତିରେ ଲେଖାଯାଇ ନ ଥିଲା । ୧୯୫୬ରେ ମୋ ପିତା  ଆଲୁକା ଜୋଶେଫ ଭର୍ଗେସଙ୍କ ଦ୍ୱାରା ଆରମ୍ଭ ଏହି ବ୍ରାଣ୍ଡ ଉତ୍ତରାଧିକାରୀ ବଂଶ କ୍ରମ ଓ  ସୁଦୃଢ଼ ପ୍ରଭାବ ଛାଡିବାର ୩୫ ବର୍ଷର ଉତ୍ସବକୁ ପାଳନ କରେ ।

Copyright © 2022 - Summa Real Media Private Limited. All Rights Reserved.