ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

କେସିଆରଙ୍କ ଝିଅ କହିଲେ-‘ମୋ ବାପା କୋହଲିଙ୍କ ଭଳି’; କଡ଼ା ଜବାବ ଦେଲା କଂଗ୍ରେସ

Image Courtesy: oneindia

ହାଇଦ୍ରାବାଦ: ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ  କେ କବିତାଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି । କେସିଆରଙ୍କୁ ବିରାଟ କୋହଲି ସହ ତୁଳନା କରିଛନ୍ତି କବିତା । ସେ ଟ୍ବିଟ କରି କହିଛନ୍ତି, କୋହଲିଙ୍କ ଭଳି କେସିଆର ବି ଅପରାଜେୟ । ଫିଲ୍ଡରେ ମାଷ୍ଟର ଥିଲେ ମ୍ୟାଜିକ ହୁଏ । ଆଉ ଏହା ପରେ କଂଗ୍ରେସ କବିତାଙ୍କୁ କଡ଼ା ଜବାବ ଦେଇଛି । 

କବିତାଙ୍କ ଟ୍ବିଟର ଜବାବ ଦେବାକୁ ଯାଇ ତେଲେଙ୍ଗାନା କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦେଶ ପାଇଁ ଖେଳିବା ଏବଂ କମିଶନ ପାଇଁ ଖେଳିବା ଭିତରେ ପାର୍ଥକ୍ୟ ରହିଛି । ଅନ୍ୟ ଏକ ପୋଷ୍ଟରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କ୍ରିକେଟରେ ବିରାଟ କୋହଲିଙ୍କ ପାଇଁ କୌଣସି ପ୍ରତିଯୋଗୀତା ନାହିଁ । ସେହିଭଳି କାଳେଶ୍ବରମ ଦୁର୍ନୀତିରେ କେସିଆରଙ୍କଠୁ କେହି ଭଲ ନାହିଁ । 

ତେବେ ୨୦୨୩ ବିଶ୍ବକପ ସେମି ଫାଇନାଲ ମୁକାବିଲାରେ ବିରାଟ କୋହଲି ୧୧୭ ରନ୍‌ କରିଥିବା ବେଳେ ୫୦ ତମ ଶତକ ପୂରଣ କରିଛନ୍ତି । ଏହା ସହ ସେ ସଚିନ ତେନ୍ଦୁଲକର (୪୯ ଶତକ)ଙ୍କୁ ଟପିଯାଇଛନ୍ତି । ଆଉ ଏବେ ବିରାଟଙ୍କୁ ନେଇ ଭାରତ ସମେତ ସମଗ୍ର ବିଶ୍ବରେ ଚର୍ଚ୍ଚା ଲାଗିରହିଛି । 

ସେପଟେ ନେଭମ୍ବର ୩୦ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୧୧୯ଟି ଆସନ ପାଇଁ ପ୍ରାୟ ୨୨୯୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେଥିମଧ୍ୟରୁ ବିଆରଏସ ମୁଖ୍ୟ ନିର୍ବାଚନ ଲଢ଼ିବାକୁ ଥିବା ଗଜଓ୍ବେଲ ଏବଂ କାମାରେଡ୍ଡୀରେ ରେକର୍ଡ ସଂଖ୍ୟକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବେ । ଗଜଓ୍ବେଲରୁ ୪୪ ଏବଂ କାମାରେଡ୍ଡୀରୁ ୩୯ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

ସେହିଭଳି ଏଲବି ନଗରରୁ ସର୍ବାଧିକ ୪୮ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ହେଲେ ବଂଶଓ୍ବାଡା ଏବଂ ନାରାୟଣପେଟରେ ୭ ଜଣ ଲେଖାଏଁ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । ତେଲେଙ୍ଗାନାର ୧୧୯ ବିଧାନସଭା ଆସନ ଲାଗି ନଭେମ୍ବର ୩୦ରେ ଭୋଟ ପଡ଼ିବାକୁ ଥିବେଳେ ଡିସେମ୍ବର ୩ରେ ଫଳାଫଳ ଘୋଷଣା ହେବ । 

  • congress
  • Virat Kohli
  • Copyright © 2022 - Summa Real Media Private Limited. All Rights Reserved.