ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛତିଶଗଡ଼ରେ କଲରାପତରିଆ ବାଘ ଛାଲ ଜବତ, ଦୁଇ ଯୁବକ ଗିରଫ

ନବରଙ୍ଗପୁର/ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଚକାମାଲର ଦୁଇ ଜଣ ଯୁବକ ଏକ କଲରାପତରିଆ ବାଘ ଛାଲକୁ ଛତିଶଗଡ଼ରେ ବିକ୍ରି କରିବାକୁ ଚାଲାଣ କରୁଥିବାବେଳେ ଓଡିଶା-ଛତିଶଗଡ ସୀମାନ୍ତରେ ଛତିଶଗଡ଼ର ବନବିଭାଗ ଚଢଉ କରି ସେମାନଙ୍କଠାରୁ ବାଘ ଛାଲକୁ ଜବତ କରିବା ସହ ୩ଜଣ ଗିରଫ କରିଛି ।   ସେମାନେ ହେଲେ ଚକାମାଲ ଗାଁ ର କାର୍ତ୍ତିକ ଗୈଡ( ୪୫), ଗୌରାଙ୍ଗ ଗୌଡ଼ (୨୩), ଉପେନ୍ଦ୍ର ହଂସ (୨୫) । 

ଏ ନେଇ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିବା ଛତିଶଗଡ଼ ଉଦନ୍ତୀସୀତା ନଦୀର ମୁଖ୍ୟବନ ସଂରକ୍ଷକ ସୁଧିର ଅଗ୍ରୱାଲ ଓ ମୁଖ୍ୟବଣ୍ୟ ପ୍ରାଣୀ ସଂରକ୍ଷକ ଏମ.ବନସିବେଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେଵେ ଜବତ କଲରାପତରିଆ ବାଘ ଛତିଶଗଡ଼ ନାଁ ଓଡ଼ିଶାର ତାହା ସ୍ପଷ୍ଟ ହୋଇନଥିବାବେଳେ ବନବିଭାଗ ତଦନ୍ତ ଜାରୀ ରଖିଥିବା କହିଛି । 

ସୂଚନାଯୋଗ୍ୟ, ଗତ ୨୭ତାରିଖରେ ଦୁଇ ଜଣ ଅଭିଯୁକ୍ତ ବାଘ ଛାଲକୁ ୧ଲକ୍ଷ ଟଙ୍କାରେ ଛତିଶଗଡ଼ରେ ବିକ୍ରି କରିବାକୁ ଯୋଜନା କରି ଚାଲାଣ କରୁଥିବାବେଳେ ଛତିଶଗଡ଼ ବନ ବିଭାଗ କୌଣସି ସୂତ୍ରରୁ ଖବରପାଇ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସୀମାନ୍ତ ଗାଁ କୋଈଲିମୁଣ୍ଡା ଗାଁଠାରୁ ମାତ୍ର ୨କିଲୋମିଟର ଦୂର ଛତିଶଗଡ଼ର ବିରିଘାଟ ଗାଁ ନିକଟରୁ ଦୁଇ ଜଣଙ୍କୁ ବାଘ ଛାଲ ଜବତ କରିବା ସହିତ ଗିରଫ କରିବାରେ ସଫଳ ହୋଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.