ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରେମିକ ମାଧ୍ୟମରେ ଝିଅକୁ ଦୁଷ୍କର୍ମ ମାମଲା: ଦୋଷୀ ମା’ଙ୍କୁ ୪୦ ବର୍ଷ ଜେଲ୍‌, ୨୦ ହଜାର ଜରିମାନା

ତିରୁଅନନ୍ତପୁରମ,୨୮/୧୧: ପ୍ରେମିକ  ମାଧ୍ୟମରେ ନିଜର ୭ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କରାଇବା ଅଭିଯୋଗରେ କେରଳର ଏକ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଣେ ମା’ଙ୍କୁ ଦୋଷୀ ସାବ୍ୟସ୍ତ କରି ୪୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ ହଜାର ଟଙ୍କାର ଜରିମାନା କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବେ ବୋଲି କୋର୍ଟ ତାଙ୍କ ରାୟରେ  ସ୍ପଷ୍ଟ କରିଦେଇଛନ୍ତି । ୨୦୧୮ ମାର୍ଚ୍ଚରୁ ୨୦୧୯ ସେପ୍ଟେମ୍ବର ମଧ୍ୟରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । 

ଅଭିଯୋଗ  ଅନୁସାରେ ୪୨ ବର୍ଷୀୟା ଏହି ମହିଳାଙ୍କର ୧୧ ବର୍ଷୀୟ ଓ  ୭ ବର୍ଷୀୟ ଦୁଇ ଝିଅ ଥିଲେ । ମହିଳାଙ୍କ ସ୍ୱାମୀ ମାନସିକ  ଭିନ୍ନକ୍ଷମ ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କର  ବିଚ୍ଛେଦ ଘଟିଥିଲା । ବଡଝିଅକୁ ସ୍ୱାମୀଙ୍କ ପାଖରେ ଛାଡି  ମା ସାନ ଝିଅଙ୍କୁ ଧରି ନିଜର ପ୍ରେମିକ ପାଖରେ ଆସି  ରହିଥିଲେ । କିଛିଦିନ ରହିବା ପରେ ପ୍ରେମିକ ଜଣକ  ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା । ନାବାଳିକା ଏକଥା  ମା’ଙ୍କୁ କହିବାରୁ ମା ତାଙ୍କୁ ଚୁପ୍‌ କରାଇ ଦେଇଥିଲେ । ଏକଥା କାହା ଆଗରେ ନ କହିବାକୁ ମଧ୍ୟ ତାଗିଦ୍‌  କରିଥିଲେ । ଦିନେ ଏକଥା ସେ ନିଜର ୧୧ ବର୍ଷୀୟ ବଡ  ଭଉଣୀଙ୍କୁ କହିଥିଲେ । ହେଲେ ବଡଭଉଣୀ ମଧ୍ୟ ମା’ଙ୍କ  ପ୍ରେମିକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ  ପାଇଥିଲେ । 

ଉଭୟେ ନାବାଳିକା ନିଜର ଜେଜେମାଙ୍କ  ପାଖକୁ ପଳାଇଥିଲେ ଏବଂ ସେଠାରେ ସବୁ କଥା  କହିଥିଲେ। ଜେଜେ ମା ପୁଲିସରେ ଅଭିଯୋଗ କରିଥିଲେ ।  ପୁଲିସ ନାବାଳିକାଙ୍କ ମା ଓ ତାଙ୍କ ପ୍ରେମିକଙ୍କ ବିରୋଧରେ  ମାମଲା ରୁଜୁ କରିଥିଲା । ତେବେ ମାମଲା ବିଚାରାଧୀନ  ଥିବା ବେଳେ ପ୍ରେମିକ ଜଣକ ଆତ୍ମହତ୍ୟା କରିଥିଲେ । ଏହା  ପରେ ମହିଳା ଜଣକ ଅନ୍ୟଜଣେ ପ୍ରେମିକାଙ୍କ ପାଖରେ  ରହିବାକୁ ଲାଗିଲେ । ନାବାଳିକା ଦ୍ୱୟ ସେଠାକୁ ଯାଇଥିଲା  ବେଳେ ସେ ମଧ୍ୟ ସେମାନଙ୍କୁ ଦୁଷ୍କର୍ମ କରିଥିଲେ ।  ଶେଷରେ ନାବାଳିକା ଦ୍ୱୟ ପୁଲିସର ଦ୍ୱାରସ୍ଥ ହେବା ପରେ  ପୁଲିସ ସେମାନଙ୍କୁ ଚିଲଡ୍ରେନ ହୋମ୍‌ରେ ନେଇ ଛାଡିଥିଲା ।  ତେବେ ପ୍ରେମିକର ମୃତ୍ୟୁ ଘଟିଥିବାରୁ ତିରୁଅନନ୍ତପୁରମ୍‌ର  ପୋକ୍ସୋ କୋର୍ଟ ଆଜି ମହିଳାଙ୍କୁ ଦଣ୍ଡିତ କରିଛନ୍ତି ।

Also Read :-

ପ୍ରଥମ ‌ଥର ମଣିଷ ଦେହରୁ ମିଳିଲା ଘୁଷୁରୀ ଠାରେ ଦେଖାଦେଉଥିବା ଭୁତାଣୁ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.