ନୂଆଦିଲ୍ଲୀ,୧୪/୧୧: ଭାରତ ବିପକ୍ଷ ଅନ୍ତିମ ଲିଗ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସର ଅଭିଜ୍ଞ ସ୍ପିନର ରୋଏଲ୍ଫ ଭାନ୍ ଡର ମର୍ଓ୍ବି ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିଲେ । ସେ ୫୩ରନ୍ ପ୍ରଦାନ କରି ଗୋଟିଏ ୱିକେଟ୍ ନେଇଥିଲେ । ଷ୍ଟାର୍ ବ୍ୟାଟର ବିରାଟ କୋହଲି (୫୧)ଙ୍କୁ କ୍ଲିନ୍ବୋଲ୍ଡ କରିଥିଲେ । ଦଳର ପ୍ରତ୍ୟେକ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ ହେଁ ମର୍ଓ୍ବିର ଶୃଙ୍ଖଳିତ ବୋଲିଂ କରିଥିଲେ । କୋହଲି ମ୍ୟାଚ୍ ଶେଷ ହେବା ପରେ ତାଙ୍କୁ ଜର୍ସି ଉପହାର ଦେଇଥିଲେ । ସେ ଭାବବିହ୍ୱଳ ହୋଇ ପଡ଼ିବା ସହ କୋହଲିଙ୍କୁ ଉପହାର ପାଇଁ ଧନ୍ୟବାଦ ଜଣାଇଥିଲେ ।
ପୂର୍ବରୁ କୋହଲି ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ମଧ୍ୟ ଏକ ଜର୍ସି ଉପହାର ଦେଇଥିଲେ । ସୂଚନାଯୋଗ୍ୟ, ମର୍ଓ୍ବିର୮ଟି ମ୍ୟାଚ୍ ଖେଳି ୬ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ ।