ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଜିଲ୍ଲା ବିଜେଡିରେ ବଡ଼ ଧରଣର ଅଦଳବଦଳ ; ସାଲୁଗା ପ୍ରଧାନ ହେଲେ ଜିଲ୍ଲା ବିଜେଡି ସଭାପତି

ଫୁଲବାଣୀ,୪/୧୧ : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କନ୍ଧମାଳ ଜିଲ୍ଲା ବିଜେଡିରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ସରୋଜ କର୍ଣ୍ଣଙ୍କ ସ୍ଥାନରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି । ପୂର୍ବତନ ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଥିବାବେଳେ ସରୋଜ କର୍ଣ୍ଣଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । କ୍ଳେଶ ପ୍ରଧାନ, ଅଜୟ ମହାରଣା ଓ କିଶୋର ଛୋଟରାୟଙ୍କୁ ଯଥାକ୍ରମେ ଜି ଉଦୟଗିରି, ବାଲିଗୁଡ଼ା ଓ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । 

ଟୁନା ଦାଶଙ୍କୁ ବାଲିଗୁଡ଼ା ବିଧାନସଭା କ୍ଷେତ୍ରର ସଂଯୋଜକ ଭାବେ ନିଯୁକ୍ତି ମିଳିଛି । ସେହିଭଳି, ଅନୀମା କହଁରଙ୍କୁ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଦାୟିତ୍ୱ ଦିଆ ଯାଇଥିବା ବେଳେ ବର୍ତ୍ତମାନ ଏହି ପଦବୀରେ ଥିବା ପୁନମ କହଁରଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସଂଯୁକ୍ତା ଦାଶଗୁପ୍ତା ମହିଳା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଅବସରରେ ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଦଳର ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିୟନଙ୍କୁ କୃତଜ୍ଞତା ଜଣାଇଛନ୍ତି। ନୂତନ ସଭାପତିଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରିଛନ୍ତି ଶ୍ରୀ କର୍ଣ୍ଣ। ସୂଚନାଯୋଗ୍ୟ, ସରୋଜ ଜିଲ୍ଲା ସଭାପତି ଭାବେ ଗତ ୨୦୧୩ ମସିହାରୁ ଦାୟିତ୍ୱ ତୁଲାଇ ଆସୁଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.