ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଉପକୃତ ହେବେ ଶତାଧିକ ଚାଷୀ

ଅସ୍ତରଙ୍ଗ, ୩୧/୦୧ -ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ରେ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସେଚନ ବିଭାଗ ଦ୍ୱାରା ୬ଟି ପ୍ୟାକେଜ ରେ ୫୪କୋଟି ଟଙ୍କା ବ୍ୟୟ ଅଟକଳରେ ଲୁଣା ବନ୍ଧ ସୁଦୃଢ଼ୀ କରଣ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଅସ୍ତରଙ୍ଗ ବ୍ଲକ ଡ଼ାଳୁଅକଣୀ ଲୁଣା ବନ୍ଧ ଉଚ୍ଚତା ବୃଦ୍ଧି ଓ ସୁଦୃଢ଼ୀ କରଣ କାର୍ଯ୍ୟ ପାଇଁ ୪କୋଟି ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

କାକଟପୁର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ, କ୍ରୀଡାଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ଏକ ନମ୍ବର ଜୋନଜିଲ୍ଲାପରିଷଦ ସଭ୍ୟା ସରସ୍ବତୀ ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି ଚମ୍ପକ ବାରିକି, ନିମାପଡା ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠନାଥ ଦଳାଇ, ସହକାରୀ ଯନ୍ତ୍ରୀ ତପନ ନାୟକ, ସରପଞ୍ଚ କ୍ଷୀରୋଦ କାଣ୍ଡି ଉପସ୍ଥିତିରେ   ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

୧୦୦ଏକର ଜମିରେ ବିଗତ ଦିନରେ ଲୁଣାପାଣି ମାଡିଯାଉଥିଲା। ବନ୍ଧ ସୁଦୃଢ଼ୀ କରଣ ହେଲେ ଚାଷୀ ମାନେ ଉପକୃତ ହେବେ। ତାହା ସହିତ ବେଲେଶ୍ୱର ପୀଠ ଗମନାଗମନ ସୁଗମ ହେବ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ସମୟରେ କାକଟପୁର ଯୁବ ବିଜେଡି ସଭାପତି ଋତୁରାଜ ରାଉତ,ମନ୍ତ୍ରୀ ଙ୍କ ପ୍ରତିନିଧି ଭୀମସେନ ସ୍ୱାଇଁ,ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ, କନିଷ୍ଟ ଯନ୍ତ୍ରୀ ବିନୋଦ ମାଝୀ, ଠିକାଦାର ସୁବ୍ରତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.