ସାନଖେମୁଣ୍ଡି,୧୫।୧୧ ଶେରଗଡ଼ ଥାନା ଏସଆଇ ମନୋରଞ୍ଜନ ମିଶ୍ର ହତ୍ୟା ଘଟଣାର ୧୩ ବର୍ଷ ପରେ ରାୟ ପ୍ରକାଶ ପାଇଛି। ଆସିକା ଏଡିଜେ ଏହି ମାମଲାରେ ସୁଶାନ୍ତ ବେହେରାକୁ ଆଜୀବନ ଜେଲ ନିର୍ଦେଶ ଦେଇଛନ୍ତି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ସୁନିଲ ବେହେରାକୁ ନିର୍ଦ୍ଦୋଷରେ କୋର୍ଟ ଖଲାସ କରିଛନ୍ତି । ସେହିପରି କୋର୍ଟରେ ଅନୁପସ୍ଥିତ ଥିବାରୁ ଅଭିଯୁକ୍ତ ସମୀର ପଣ୍ଡା ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରୁଥିଲେ।
ଆହୁରି ପଢନ୍ତୁ : ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ