ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଦ ବୋଝେଇ ଟ୍ରକ୍ ଜବତ, ୪ ଅଟକ

କେସିଙ୍ଗା, ୨୨/୨ : ବେଆଇନ ଭାବେ ବିଦେଶୀ ମଦ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ। ସୋନପୁର ଡିପୋରୁ ମଦ ଉଠାଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ବେଳେ ଏକ ଟ୍ରକ୍ ଜବତ କରିଛି କେସିଙ୍ଗା ପୋଲିସ। ଏହା ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ସୂଚନାନୁଯାୟୀ, କେସିଙ୍ଗା ପୋଲିସ ବିଦେଶୀ ମଦ ବୋଝେଇ ହୋଇଥିବା ଏକ ୬ ଚକିଆ ଟ୍ରକ୍ ଜବତ କରିଛି। ଟ୍ରକ୍ ଡ୍ରାଇଭରଙ୍କ ସମେତ ଦୋକାନମାନଙ୍କୁ ମଦ ସପ୍ଲାଏ କରିବାରେ ସହଯୋଗ କରୁଥିବା ୪ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। କେସିଙ୍ଗା ଆଦର୍ଶ ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଓ ସ୍ଥାନୀୟ ଅବକାରୀ ବିଭାଗ ଅଧିକାରୀ ବିଶ୍ଵଜିତ ଆରୁଖଙ୍କ ଉପସ୍ଥିତିରେ କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। 

ଖବର ସଂଗ୍ରହରୁ ପ୍ରକାଶ ଯେ, ସୋନପୁର ଡିପୋରୁ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ନେଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦୋକାନକୁ ସପ୍ଲାଏ କରିବା ପାଇଁ ଉକ୍ତ ଗାଡିଟି ଆସିଥିଲା। ହେଲେ ତାହା ବେଆଇନ ହୋଇଥିବା ନେଇ କେସିଙ୍ଗା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ମଦ ବୋଝେଇ ହୋଇଥିବା ଟ୍ରକ୍‌ର କାଗଜପତ୍ର ଠିକ୍ ଥିଲେ ସୁଦ୍ଧା ଗାଡ଼ିର ରୁଟ୍ ଚାର୍ଟ ଠିକ୍ ନଥିବା ସନ୍ଦେହରେ ପୁଲିସ ଗାଡିଟିକୁ ପରଲସିଙ୍ଗା ଛକ ନିକଟରେ ଧରିବାରେ ସଫଳ ହୋଇଥିଲା। ତେବେ ଏହି ଘଟଣାରେ ପୁଲିସ ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.