ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନା ବିଧାନସଭା ? ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ଭିତରେ ନେବାକୁ ପଡ଼ିବ ନିଷ୍ପତ୍ତି

Image Courtesy: aajtak

ନୂଆଦିଲ୍ଲୀ: ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପି ସରକାର ଗଢ଼ିବାକୁ ଥିବା ବେଳେ କଂଗ୍ରେସ ଖାତାକୁ ତେଲେଙ୍ଗାନା ଯାଇଛି । କିନ୍ତୁ ଏବେ ସବୁଠୁ ବଡ଼ କଥା ହେଉଛି ବିଧାନସଭା ନିର୍ବାଚନରେ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ମୈଦାନକୁ ଓହ୍ଳାଇଥିଲା ବିଜେପି । ଏବେ ସେମାନେ ବିଧାନସଭାରେ ବିଜୟୀ ହୋଇଥିବା ବେଳେ ସେମନାଙ୍କୁ ୧୪ ଦିନ ଭିତରେ ଗୋଟିଏ ସିଟ୍‌ ଛାଡ଼ିବାକୁ ପଡ଼ିବ । ୪ ରାଜ୍ୟରେ ବିଜେପି ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରାଇଥିଲା।   ରାଜସ୍ତାନ ଏବଂ ମଦ୍ୟପ୍ରଦେଶରେ ୭ ଜଣ ଲେଖାଏଁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଛତିଶଗଡ଼ରେ ୪ ଏବଂ ତେଲେଙ୍ଗାନାରେ ୩ ସାଂସଦ ଭାଗ୍ୟ ପରୀକ୍ଷା କରିଥିଲେ । 

ସାଂସଦଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପ୍ରହଲ୍ଲାଦ ସିଂହ ପଟ୍ଟେଲ ଏବଂ ଫଗନ ସିଂହ କୁଲସ୍ତେ ସାମିଲ ଥିଲେ । ଯଦି ଏମାନେ ୧୪ ଦିନ ଭିତରେ ଗୋଟିଏ ସିଟ୍‌ ନଛାଡ଼ନ୍ତି ତେବେ ତାଙ୍କୁ ସଂସଦର ସଦସ୍ୟତା ହରାଇବାକୁ ପଡ଼ିବ । ସମ୍ବିଧାନର ଅନୁଚ୍ଛେଦ ୧୦୧(୨) ଅନୁସାରେ, ଯଦି ଜଣେ ଲୋକସଭା ସଦସ୍ୟ ବିଧାନସଭା ନିର୍ବାଚନ ଲଢ଼ନ୍ତି ଏବଂ ବିଜୟୀ ହୁଏନ୍ତି ତେବେ ନୋଟିଫିକେସନ୍‌ ଜାରି ହେବାର ୧୪ ଦିନ ଭତରେ ତାଙ୍କୁ କୌଣସି ଏକ ଆସନ ଛାଡ଼ିବାକୁ ପଡ଼ିବ । ଏମିତି ନକଲେ ତାଙ୍କୁ ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିବ । 

ଯଦି ଜଣେ ଲୋକସଭା ସଦସ୍ୟ ରାଜ୍ୟସଭା ସାଂସଦ ହୁଅନ୍ତି ତାଙ୍କୁ ୧୦ ଦିନ ଭିତରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ । ଏନେଇ ସମ୍ବିଧାନର ଅନୁଚ୍ଛେଦ ୧୦୧(୧) ଏବଂ ଧାରା ୬୮ (୧)ରେ ପ୍ରାବଧାନ ରହିଛି ।  ସେହିଭଳି କୌଣସି ବ୍ୟକ୍ତି ଦୁଇଟି ବିଧାନସଭା କିମ୍ବା ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହେଲେ ତାଙ୍କୁ ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ହୁଏ । ନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗ ବିଜୟୀ ପ୍ରାର୍ଥୀଙ୍କୁ ନୋଟିଫିକେସନ୍‌ ଜାରି କରନ୍ତି । ପରମ୍ପରା ଅନୁସାରେ କୌଣସି ଲୋକସଭା ସଦସ୍ୟ ବିଧାୟକ ଭାବେ ଶପଥ ନେଇପାରିବେ ନାହିଁ । ଯଦି କାରଣ ବଶତଃ ଏମିତି କରିବାକୁ ପଡ଼େ ତେବେ ତାଙ୍କୁ ଲୋକସଭା ବାଚସ୍ପତିଙ୍କୁ ସୂଚିତ କରିବାକୁ ହେବ । ସେପଟେ ନୋଟିଫିକେସନର ୧୪ ଦିନ ଭିତରେ ହିଁ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଯିବ । 

ଅନ୍ୟପକ୍ଷରେ, ଯଦି ଜଣେ ଲୋକସଭା ସାଂସଦ ବିଧାନସଭା ଆସନରେ ବିଜୟୀ ହୁଅନ୍ତି ଏବଂ ବିଧାୟକ ଭାବେ ଶପଥ ନନେଇ ଇସ୍ତଫା ଦିଅନ୍ତି ତେବେ ଏହି ଆସନରେ ପୁଣି ଥରେ ନିର୍ବାଚନ ହେବ । ଖାଲି ପଡ଼ିବାକୁ ଥିବା ଆସନରେ ୬ ମାସ ମଧ୍ୟରେ ନିର୍ବାଚନ କରାଇବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି କରିବା ନେଇ ନିୟମ ରହିଛି । ଏହି ସାଂସଦ ଯେଉଁ ସିଟରୁ ଇସ୍ତଫା ଦେବେ ସେଠାରେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବ । ଯଦି ଲୋକସଭା ଆସନ ଛାଡ଼ୁଛନ୍ତି ସେଠାରେ ନଚେତ ବିଧାନସଭା ଆସନ ଛାଡ଼ିଲେ ସେଠାରେ ଉପନିର୍ବାଚନ ହେବ । ହେଲେ ଏବେ ଲୋକସଭା ଆସନରେ ଉପନିର୍ବାଚନ ହେବାର ସମ୍ଭାବନା କମ ରହିଛି । କାରଣ କିଛି ମାସ ଭିତରେ  ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି ।

  • BJP
  • Narendra Modi
  • assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.