ନୂଆଦିଲ୍ଲୀ,୧୦/୦୨: ସରକାରୀ ନିଯୁକ୍ତି ପରୀକ୍ଷାରେ କପି କିମ୍ବା ପ୍ରଶ୍ନପତ୍ର ଲିକ୍ କଲେ ଅଭିଯୁକ୍ତଙ୍କୁ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ମିଳିବ । ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବି ଗଣିବାକୁ ହେବ । ଏ ନେଇ କେନ୍ଦ୍ର ସରକାର ଆଣିଥିବା ଏକ ବିଲି ଶୁକ୍ରବାର ସଂସଦରେ ପାସ୍ ହୋଇଛି। ପୂର୍ବରୁ ଫେବ୍ରୁଆରୀ ୬ରେ ରାଜ୍ୟସଭାର ଅନୁମୋଦନ ହାସଲ କରିଥିବା ଏହି ବିଲ୍ (ସରକାରୀ ପରୀକ୍ଷା ତ୍ରୁଟିପୂର୍ଣ୍ଣ ମାଧ୍ୟମ ନିବାରଣ ବିଲ୍)
ଶୁକ୍ରାବର ରାଜ୍ୟସଭାରେ ବାଚନିକ ଭୋଟ୍ରେ ପାରିତ ହୋଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଏହା ଆଇନରେ ପରିଣତ ହେବ । ବିଲ୍ଟି ଆଇନରେ ପରିଣତ ହେବା ପରେ ବିନା କୌଣସି ୱାରେଣ୍ଟରୁ ଅଭିଯୁକ୍ତଙ୍କୁ ଗିରଫ କରିହେବ ।