ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ: ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଲେ ବିଧାୟକ,ବିଡ଼ିଓ

କୋକସରା ୩୦/୦୧ : ପ୍ରତି ପଞ୍ଚାୟତରେ ଆାମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ ମଙ୍ଗଳବାର କୋକସରା ବ୍ଲକ ମୂଷାପାଳି ପଞ୍ଚାୟତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଧର୍ମଗଡ଼ ବିଧାୟକ ମୌଷଧି ବାଗ,ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ସରପଞ୍ଚ ଅକ୍ଷୟ ନାଏକ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ। ଲୋଇସିଙ୍ଗା ବଜାସାଲ କଳାକାରଙ୍କ ଏକଡା ଏକଡା ରା... ଗୀତର ତାଳରେ ତାଳ ମିଶାଇ ମଞ୍ଚରେ କଳାକାର ଓ ଉପସ୍ଥିତ ଜନସାଧାରଣଙ୍କ ସହ ନାଚି ଧୂମ ମଚାଉଥିବା ଦେଖିବାକୁ ମିଳିଛି। 

 ମଙ୍ଗଳବାର ମୂଷାପାଳି ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ଅକ୍ଷୟ ନାଏକଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା। ଏଥିରେ  ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ମୁଖ୍ୟ ବକ୍ତା ବିଡ଼ିଓ ସ୍ନେହାପ୍ରଭା ମାଝୀ, ସମ୍ମାନିତ ଅତିଥି ମୋଟେର ଜୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ନାଏବ ସରପଞ୍ଚ କୃଷ୍ନା ମଞ୍ଜରୀ ସୁନାନୀ ପ୍ରମୂଖ ଉପସ୍ଥିତ ଥିଲେ।  ରାଜ୍ୟ ସରକାରଙ୍କ ରହିଥିବା ଲୋକାଭିମୁଖୀ ଯୋଜନା ଉପରେ ଜନ ସାଧାରଣଙ୍କୁ ପରାମର୍ଶ ଦେଉଥିବା ବେଳେ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା , ଅଙ୍ଗନୱାଡି କର୍ମୀ  ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ପଞ୍ଚାୟତ ପିଇଓ ଦୁଷ୍ମନ୍ତ ସୁନାନୀ  ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଆହୁରି ପଢନ୍ତୁ : ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ, ଟ୍ରଫି ଓ ମାନପତ୍ର ପ୍ରଦାନ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.