ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାଳଚେର ଏମ୍‌ଭିଆଇଙ୍କ ଗାଡ଼ି ଧକ୍କା ଯୁବକ ଗୁରୁତର, ଘଟଣାସ୍ଥଳରେ ଉତ୍ତେଜନା

ଢେଙ୍କାନାଳ ୦୩/୦୩: ରାସ୍ତା ପାର୍ କରୁଥିଲେ ଯୁବକ। ଦ୍ରୁତଗତିରେ ଆସି ଯୁବକଙ୍କୁ ଧକ୍କା ଦେଲା ତାଳଚେର ଏମ୍‌ଭିଆଇଙ୍କ ଗାଡ଼ି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତୁରନ୍ତ କଟକ ସ୍ଥାନାନ୍ତରିତ କରାଯାଇଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଏନ୍‌ଏଚ୍‌ ୫୩ ନମ୍ବର ବାରିହାରପୁର ଛକ ନିକଟରେ  ଘଟିଛି। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି।

ସୂଚନା ମୁତାବିକ, ତାଳଚେରରୁ ଭୁବନେଶ୍ୱର ଯାଉଥିଲେ ଏମ ଭିଆଇ। ବାରିହାରପୁର ଛକ ନିକଟରେ ଯୁବକ ଜଣକ ରାସ୍ତା ପାର୍ କରୁଥିବା ବେଳେ ହଠାତ୍ ଆସି ଧକ୍କା ଦେଇଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତୁରନ୍ତ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଯୁବକ ବାରିହାପୁରର ନରେଶ ଚନ୍ଦ୍ର ନାୟକ ବୋଲି ଜଣାପଡିଛି। ଦୁର୍ଘଟଣା ସମ୍ପର୍କ ସ୍ଥାନୀୟ ପୋଲିସକୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.