ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଇଣ୍ଟର୍‌ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ, ମାଧୁରୀଙ୍କୁ ସ୍ୱତନ୍ତ୍ର ସମ୍ମାନ

ଗୋଆ ୨୧/୧୧: ଗୋଆର ପଣଜୀଠାରେ ଆରମ୍ଭ ହୋଇଛି ୫୪ତମ ଇଣ୍ଟର୍‌ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ) । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସମାରୋହ ଉଦ୍‌ଘାଟନ କରିଛନ୍ତି । ଅଭିନେତ୍ରୀ କରିଶ୍ମା ତନ୍ନା ଓ ଅଭିନେତା ଅପାରଶକ୍ତି ଖୁରାନା ମହୋତ୍ସବର ସଂଚାଳନା ଦାୟିତ୍ୱ ନିର୍ବାହ କରିଛନ୍ତି । ଏ ଅବସରରେ ଭାରତୀୟ ସିନେମାକୁ ଉଲ୍ଲେଖନୀୟ ଯୋଗଦାନ ଲାଗି ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସ୍ୱତନ୍ତ୍ରସମ୍ମାନ ପ୍ରଦାନ କରାଯାଇଛି ।




ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ମହୋତ୍ସବରେ ସଲମାନ ଖାନ୍‌, ସନି ଦେଓଲ, ବିଜୟ ସେତୁପତି, ଅନୁପମ ଖେର, ପଙ୍କଜ ତ୍ରିପାଠୀ, ସାରା ଅଲି ଖାନ୍‌, ଅଦିତି ରାଓ ହୈଦରୀ ଓ ଆୟୁଷ୍ମାନ ଖୁରାନାଙ୍କ ସମେତ ଅନେକ ସେଲିବ୍ରିଟି  ଯୋଗଦେବେ। ୮ ଦିନିଆ ଏହି ମହୋତ୍ସବରେ ୨୫୦ ଫିଲ୍ମ ପ୍ରଦର୍ଶିତ ହେବ । ପ୍ରଥମେ ବ୍ରିଟିଶ ଫିଲ୍ମ ‘କ୍ୟାଚିଙ୍ଗ୍‌ ଡଷ୍ଟ୍‌’ ପ୍ରଦର୍ଶିତ ହୋଇଛି । ହଲିଉଡ୍‌ ଅଭିନେତା-ପ୍ରଯୋଜକ ମାଇକେଲ ଡଗଲସଙ୍କୁ ସତ୍ୟଜିତ ରେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ସମ୍ମାନ ପ୍ରଦାନ କରାଯିବ ।

Copyright © 2022 - Summa Real Media Private Limited. All Rights Reserved.