ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମାଳଦ୍ୱୀପ ସଂସଦରେ ଶାସକ-ବିରୋଧି ସଦସ୍ୟଙ୍କ ମାଡ଼ ମରାମରି, ଭିଡିଓ ହେଲା ଭାଇରାଲ

ମାଲେ,୨୯।୧: ସଂସଦରେ ଶାସକ-ବିରୋଧିଙ୍କ ଭିତରେ ଯୁକ୍ତିତର୍କ ଘଟଣା କିଛି ନୂଆ ନୁହେଁ। ହେଲେ ମାଳଦ୍ବୀପର ସଂସଦରେ  ଏଭଳି କିଛି ଘଟଣା ଘଟିଥିଲା, ଯାହାକି ଖୁବ୍ ଆଶ୍ଚର୍ଯ୍ୟକର ଥିଲା। କାରଣ ମାଳଦ୍ବୀପ ସଂସଦ ପାଲଟିଥିଲା ଋଣକ୍ଷେତ୍ର। ଶାସନ ଓ ବିରୋଧି ଦଳର ସାଂସଦ ପରସ୍ପରକୁ ବିଧା, ଗୋଇଠା ଓ ଚାପୁଡା ହେଇଥିଲେ ମରାମରି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ସାଂସଦ ଆଉ ଜଣେ ସାଂସଦଙ୍କୁ ଗୋଡ ଧରି ଟାଣୁଥିବାର ଦେଖିବାକୁ ମିଳିଛନ୍ତି। ଏହି ସବୁ ସେତେବେଳେ ହୋଇଥିଲା ଯେତେବେଳେ ରାଷ୍ଟ୍ରପତି ମୁଇଜୁଙ୍କ କ୍ୟାବିନେଟ୍‌କୁ ମଂଜୁରୀ ପାଇଁ ସ୍ୱତନ୍ତ୍ର ଅଧିବେଶନ ବସିଥିଲା ।

ରବିବାର ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କ ମନ୍ତ୍ରିମଣ୍ଡଳକୁ ସଂସଦୀୟ ମଂଜୁରୀ ପାଇଁ ବସିଥିଲା ସ୍ୱତନ୍ତ୍ର ଅଧିବେଶନ । ତେବେ ଏଥିପାଇଁ ଭୋଟିଂ ବେଳେ ମାଳଦୀପ ସଂସଦରେ ହେଲା ଜୋରଦାର ହଙ୍ଗାମା। ୪ ମନ୍ତ୍ରୀଙ୍କ ନିଯୁକ୍ତିକୁ ମାନିବାକୁ ସିଧାସିଧା ମନା କରିଦେଇଥିଲା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ନେତୃତ୍ୱାଧୀନ ବିରୋଧୀ ଦଳ ଏମ୍‌ଡିପି। ବିରୋଧୀଙ୍କ  ନିଷ୍ପତ୍ତିକୁ ଜୋରଦାର ପ୍ରତିବାଦ କରିଥିଲେ ସରକାରକୁ ସମର୍ଥନ କରୁଥିବା ପିଏନ୍‌ସି ଏବଂ ପିପିଏ ସାଂସଦ। ସ୍ଥିତି ଏମିତି ଉପୁଜିଥିଲା ଯେ, ଏହାକୁ ବିରୋଧ କରିବା ସହ ହାତାହାତିକୁ ଓହ୍ଲାଇ ଆସିଥିଲେ ଶାସକ ଦଳର ସାଂସଦ। ବାଚସ୍ପତିଙ୍କ ଆସନ ପାଖକୁ ଯାଇ ତାଙ୍କ କାନ ପାଖରେ ପେଁକାଳି ବଜାଇଥିଲେ ପିଏମ୍‌ସି ସାଂସଦ।  

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏମ୍‌ଡିପି ସାଂସଦ ଇସା ଏବଂ ପିଏମ୍‌ସି ସାଂସଦ ଅବଦୁଲା ଶାହିମଙ୍କ ମଧ୍ୟରେ ମାରପିଟ୍‌ ହେଉଥିବାର ଦେଖିବାକୁ ମିଳିଛି । ଏଥିରେ ଶାହିମ ଆହତ ହୋଇଛନ୍ତି। ଏହି ଘଟଣା ପରେ ମାଳଦ୍ୱୀପ ସଂସଦର ଗୃହକାର୍ଯ୍ୟକୁ ମୁଲତବି କରି ଦିଆଯାଇଛି। ଉଲ୍ଲେଖନୀ ଯେ,, ମାଳଦ୍ୱୀପ ସମ୍ବିଧାନ ଅନୁସାରେ, ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇ ମହମ୍ମଦ ମୁଇଜୁ ରାଷ୍ଟ୍ରପତି ଥିଲେ ମଧ୍ୟ, ସଂସଦରେ ତାଙ୍କ ଦଳର ସଂଖ୍ୟା ଗରିଷ୍ଠତା ନାହିଁ ।ଗତ ବର୍ଷ ମୁଇଜୁ ନୂଆ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।   ତାଙ୍କର କିଛି ମନ୍ତ୍ରୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ରହିଛି। ତେଣୁ ବିରୋଧି ଦଳ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ଚାହୁଁନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.