ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଫାଇନାଲ ମ୍ୟାଚ୍‌ରେ ସୁରକ୍ଷାରେ ତ୍ରୁଟି ! ହଠାତ ପଡ଼ିଆକୁ ପଶିଆସିଲେ ପାଲେଷ୍ଟାଇନ ସମର୍ଥକ

Image Courtesy: indiatoday

ଅହମ୍ମଦାବାଦ: ୨୦୨୩ ବିଶ୍ବକପ ଫାଇନାଲ୍‌ ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି।  ଆଜିର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ବହୁ ଆହ୍ବାନର ସାମ୍ନା କରିବାକୁ ପଡ଼ିଛି । ଅଷ୍ଟ୍ରେଲିଆ ଟିମ୍‌ ଉଭୟ ବୋଲିଂ ଏବଂ ଫିଲ୍ଡିଂରେ ବହୁତ ଭଲ ପ୍ରଦର୍ଶନ କରିଛି । ତେବେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ବହୁ ଅଧିକ ରହିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ମ୍ୟାଚ୍‌ ଦେଖିବାକୁ ଆସିଛନ୍ତି । 

ଆଜିର ଏହି ମ୍ୟାଚ୍‌ରେ ବିରାଟ କୋହଲି ଏବଂ କେଏଲ ରାହୁଲ ବ୍ୟାଟିଂ କରୁଥିବା ବେଳେ ଜଣେ ଯୁବକ ପଡ଼ିଆକୁ ପଶିଆସିଥିଲେ ଏବଂ ବିରାଟ କୋହଲିଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଜଣେ ଯୁବକ ଲାଲ ରଙ୍ଗର ସର୍ଟ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଧଳା ରଙ୍ଗର ଟି-ଶାର୍ଟ ପିନ୍ଧିଥିଲେ । ଆଉ ତାଙ୍କର ଶାର୍ଟରେ ‘ପାଲଷ୍ଟାଇନ୍‌କୁ ମୁକ୍ତ କର’ ବୋଲି ଇଂରାଜୀରେ (ଫ୍ରି ପାଲେଷ୍ଟାଇନ୍‌) ଲେଖାଥିଲା । ଶାର୍ଟର ଆଗ ପଟେ ‘ପାଲେଷ୍ଟାଇନ୍‌ରେ ବୋମାମାଡ ବନ୍ଦ କର ବୋଲି ଲେଖା ହୋଇଥିଲା । 

ଆଉ ଯୁବକଜଣଙ୍କ ମୁହଁରେ ପାଲେଷ୍ଟାଇନ୍‌ ପତାକା ରଙ୍ଗର ଏକ ମାସ୍କ ପିନ୍ଧିଥିବାର ନଜର ଆସିଥିଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏମାନେ କିଭଳି ପଡ଼ିଆକୁ ଆସିଲେ ଏବଂ ଖେଳାଳିଙ୍କୁ ଧରିବାକୁ ଚେଷ୍ଟା କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଉକ୍ତ ଯୁବକଙ୍କୁ ସାଙ୍ଗେ ସାଙ୍ଗେ ପଡ଼ିଆରୁ କାବୁ କରାଯାଇଥିଲା। ଯୁବକଜଣଙ୍କ ପଡ଼ିଆକୁ ପଶିଆସିବା ପରେ କିଛି ସମୟ ଖେଳ ବନ୍ଦ ହୋଇଥିଲା। ସୁରକ୍ଷା କର୍ମୀ ତାଙ୍କୁ କାବୁ କରିନେବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା । 

ଆଜି ଗିଲ ଏବଂ ରୋହିତ ଶର୍ମା ଆଉଟ ହେବା ପରେ କୋହଲି ଏବଂ କେଏଲ ରାହୁଲ ଭାରତର ମଙ୍ଗ ଧରିଥିଲେ । ହେଲେ କ୍ରିଜ୍‌ରେ କୋହଲି ଜମିଆସୁଥିବା ବେଳେ ଆଉଟ ହୋଇଯାଇଥିଲେ । ପାଟ କମିନ୍ସଙ୍କ ବଲରେ ଆଉଟ ହୋଇ ପାଭିଲିୟନ୍‌ ଫେରିଥିଲେ କୋହଲି । ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପିତ୍ତି ନେଇଥିଲା ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ ।  

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.