ପ୍ରମୂଖ ଖବର

ମାଲକାନଗିରି ଜିଲ୍ଲାରେ ପୁଣି ସକ୍ରିୟ ଲାଲ ବାହିନୀ

ମାଲକାନଗିରି, ୬।୦୨: ଦୀର୍ଘ ଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ପୁଣି ସକ୍ରିୟ ହୋଇଛି ମାଓ ସଂଗଠନ । ଲାଲ ବାହିନୀ ପକ୍ଷରୁ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପୁଲୁର ଅଞ୍ଚଳର ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀ ମାନେ ତେଲୁଗୁ ଓ ଓଡ଼ିଆ ଭାଷାରେ ଲିଖିତ ପୋଷ୍ଟର ଲଗାଇଛନ୍ତି । 

ପୁର୍ବରୁ ମାଓ ସଂଗଠନରେ ସକ୍ରିୟ ଥିବା ରମେଶ, ରାକେଶ, ସପ୍ନl ଓ ତୁଳସୀ ଏବେ ଠିକାଦାର ଓ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି । ମାଓ ସଂଗଠନକୁ ବଦନାମ କରୁଥିବାରୁ ସେମାନଙ୍କୁ ମାଓବାଦୀଙ୍କ ପାର୍ଟିରୁ ବହିସ୍କାର କରାଯାଇଥିବା ନେଇ ଏହା ପୋଷ୍ଟରରେ ଉଲ୍ଲେଖ ରହିଛି । ଏମାନେ କୌଣସି ଗାଁକୁ ଆସିଲେ ସେମାନଙ୍କୁ ସହଯୋଗ ନକରିବା ସହ ବାନ୍ଧି ରଖିବା ପାଇଁ କୁହାଯାଇଛି । ଚିତ୍ରକୋଣ୍ଡା ପୋଲିସ ଏହି ସବୁ ପୋଷ୍ଟର ଜବତ କରି ସତ୍ୟତା ଜାଣିବାକୁ ଚେଷ୍ଟା କରୁଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.