ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଗୋଳାବାରୁଦ ଡମ୍ପିଂ ଠାବ, ବିପୁଳ ପରିମାଣର ଲ୍ୟାଣ୍ଡମାଇନ ଓ ବମ୍ ଜବତ

ମାଲକାନଗିରି, ୩/୪ : ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା। ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଗୋଳାବାରୁଦ ଡମ୍ପିଂ ଠାବ। ବିପୁଳ ପରିମାଣର ଆଇଡି, ଗୋଳା ବାରୁଦ, ବିସ୍ଫୋରକ ସାମଗ୍ରୀ ଜବତ। ଏନେଇ ସୂଚନା ଦେଲେ ମାଲକାନଗିରି ଏସପି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସହ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଏସପି ୱାଧୱାନିଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଡିଭିଏଫ୍ ବାହିନୀ, ପୁଲିସ ଓ ଗୁଇନ୍ଦା ପୁଲିସ ବାହିନୀ ମିଳିତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଦୟାଲତୁଙ୍ଗ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଖୋଜା ଖୋଜି କରୁଥିବା ସମୟରେ ପାହାଡ଼ ନିକଟରେ ହଠାତ୍ ମେଟାଲ ଡିଟେକ୍ଟରରୁ ସାଇରନ ବାଜିଥିଲା। ମାଓବାଦୀଙ୍କ ଦ୍ଵାରା ମାଟି ତଳେ ଲୁଚାଇ ରଖାଯାଇଥିବା ଏକ ଡମ୍ପିଂ ଠାବ ହୋଇଥିଲା। ସେଥିରୁ ବିପୁଳ ପରିମାଣର ଆଇଡି, ବିସ୍ଫୋରକ ସାମଗ୍ରୀକୁ ଯବାନମାନେ ଜବତ କରିଥିଲେ। ଜବତ ସାମଗ୍ରୀ ମଧ୍ୟରୁ ୧୯୦ଟି ଇଲକ୍ଟ୍ରିକ ଜିଲେଟିନ ଷ୍ଟିକ, ୨୦ କେଜି ଓଜନର ଗୋଟିଏ ଆଇଡି ବୋମା, ୭କେଜି ଓଜନର ୫ଟି ଆଇଡି ବୋମା, ୫କେଜି, ୪କେଜି ଓଜନର ଗୋଟିଏ ଆଇଡି ବୋମା, ୭କେଜି ଓଜନର ୫ଟି ଆଇଡି ବୋମା, ୫କେଜି, ୪କେଜି, ୨କେଜି ଓଜନର ଗୋଟିଏ ଲେଖାଏଁ ଆଇଡି ବୋମା, ୩କେଜି ଓଜନର ୩ଟି ଆଇଡି ବୋମା ସହ କିଛି ମାଓ ସାମଗ୍ରୀ ଜବତ ହୋଇଥିଲା। ଉକ୍ତ ଜଙ୍ଗଲରେ ଆଜି ଦିନ ତମାମ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଆସନ୍ତା ନିର୍ବାଚନ ସମୟରେ ମାଓବାଦୀ ମାନେ କୌଣସି ଏକ ବଡ଼ ଧରଣର ହିଂସାକାଣ୍ଡ ଓ ବିସ୍ପୋରଣ ଘଟଣା ଘଟାଇବା ପାଇଁ ଏହି ଆଇଡି ବମ୍ ଗୁଡିକ ଲୁଚାଇ ରଖିଥିଲେ। ସେମାନଙ୍କ ଯୋଜନାକୁ ମାଲକାନଗିରି ପୁଲିସ ପଣ୍ଡ କରିଦେଇଛି।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.