ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସାରାବଙ୍ଗ ଗାଁରେ ଲାଗିଲା ମାଓ ବ୍ୟାନର, ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ଵାନ

ନୂଆପଡ଼ା, ୨।୧୨ : ନୂଆପଡ଼ା ଥାନା ସାରାବଙ୍ଗ ଗାଁରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର। ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଆହ୍ଵାନ କରିଛନ୍ତି। ମାଓ ବ୍ୟାନରକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଶୂଚନାନୁଯାୟୀ, ଶନିବାର ସାରାବଙ୍ଗ ଗାଁ ମୁଣ୍ଡ ଶିବ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସ, ମଦଭାଟି ଓ ବିଦ୍ୟୁତ ଖୁଣ୍ଟ ଭଳି ୪ ସ୍ଥାନରେ ମାଓ ବ୍ୟାନର ଲଗା ଯାଇଥିବା ଦେଖିବାକୁ ମିଳିଛି l ଏହି ମାଓ ପୋଷ୍ଟର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ କମିଟି ପକ୍ଷରୁ ମରା ଯାଇଥିବା ତଳେ ଉଲ୍ଲେଖ ରହିଛି l ଆଜି ଡିସେମ୍ବର ୨ ରୁ ୮ ତାରିଖ ଯାଏଁ ପିଏଲଜିଏ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଜନସାଧାରଣଙ୍କୁ ଆହ୍ଵାନ କରାଯାଇଛି l ମାଓ ପୋଷ୍ଟର ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ଖବର ପାଇ ନୂଆପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଓ ବ୍ୟାନର ଜବତ କରି ଘଟଣାର ତଦନ୍ତ କରୁଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.