ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁର୍ଘଟଣା ସମୟରେ ଖୋଲିଲାନି ମାରୁତିର ଏୟାରବ୍ୟାଗ୍‌ , ଏବେ କମ୍ପାନୀ ଦେବ ଜୋରିମନା

ନୂଆଦିଲ୍ଲୀ- ଭାରତୀୟ ବଜାରରେ ମାରୁତି ସୁଜୁକିର ଚାହିଦା ଖୁବ୍‌ ଉର୍ଦ୍ଧ୍ୱରେ। ଗତ ଅନେକ ବର୍ଷରୁ ଏହା ସବୁଠୁ ଅଧିକ କାର୍‌ ବିକ୍ରି କରୁଛି। କିନ୍ତୁ ଯେବେ କଥା ସେଫ୍ଟି ରେଟିଂର ଆସୁଛି ତ ଏଥିରେ ମାରୁତି ସୁଜୁକି ଟାଟା ଓ ମହିନ୍ଦ୍ରା ଭଳି ଭରସା ହାସଲ କରିବାରେ ଅସଫଳ ରହିଛି। ନିକଟରେ ଏମିତି ଏକ ଆଶ୍ଚର୍ଯ୍ୟର ମାମଲା କେରଳରେ ଘଟିଛି, ଯେଉଁଠି ଉପଭୋକ୍ତା ଆୟୋଗ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ଉପରେ ଆକ୍ସନ ନେଇଛି। ଯାହାକି ଜଣେ ଗ୍ରାହକଙ୍କୁ ବିକ୍ରି କରାଯାଇ ଥିବା କାର୍‌ର ଦାମ୍‌ ଫେରେଇବାକୁ ଆଦେଶ ଦେଇଛି। କାରଣ କାର୍‌ ମାଲିକ ଏକ କାର୍‌ ଦୁର୍ଘଟଣାରେ ଏୟାରବ୍ୟାଗ୍‌ ନଖୋଲିବାର ଅଭିଯୋଗ କରିଥିଲେ। ଏହାପରେ ଯାଞ୍ଚରେ ମଧ୍ୟ ଏହା ସଠିକ୍ ସାବ୍ୟସ୍ତ ହୋଇଥିଲା। 

ଖବର ଏଜେନ୍ସି ଭାଷା ମୁତାବିକ , ମଲପ୍ପୁରମ୍‌ ଜିଲ୍ଲା ଉପଭୋକ୍ତା ଆୟୋଗ ମଲପ୍ପୁରମ ଜିଲ୍ଲାର ନିବାସୀ ମହମ୍ମଦ ମୁସ୍ଲିୟାରଙ୍କର ଅଭିଯୋଗକୁ ଗୁରୁତର ଭାବେ ନେଇ ଏହି ଆଦେଶ ଶୁଣାଇଛି। ମଙ୍ଗଳବାର ଏକ ଅଫିସିଆଲି ବୟାନରେ ଆୟୋଗ ଅନୁସାରେ କୁହାଯାଇଛି , ଯେଉଁ କାରରେ ଅଭିଯୋଗକାରୀ ଯାତ୍ରା କରୁଥିଲେ ,ସେ ୩୦ଜୁନ୍‌ ୨୦୨୧ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଏବଂ ବ୍ୟକ୍ତିଙ୍କୁ ଗୁରୁତର ଆଘାତ ଲାଗିଥିଲା। ଦୁର୍ଘଟଣାରେ ଗାଡ଼ିଟି ଖୁବ୍‌ କ୍ଷତିଗ୍ରସ୍ତ ହୋଇଥିଲା। 

ଉପଭୋକ୍ତା ନିବାରଣ ସଂସ୍ଥା ସହ ସଂପର୍କ କରି ଅଭିଯୋଗ କରିଥିଲେ କି ଏହା ମ୍ୟାନୁଫ୍ୟାକଚରିଂ ଭୁଲ୍ ଥିଲା , ଏୟାର ବ୍ୟାଗ୍‌ ଖୋଲି ନଥିଲା , ଯେଉଁଥିରେ ତାଙ୍କୁ ଖୁବ୍‌ ଗମ୍ଭୀର ଆଘାତ ଲାଗିଛି। ମୋଟର ବାହନ ନିରୀକ୍ଷକ ମଧ୍ୟ କହିଥିଲେ କି, ଦୁର୍ଘଟଣା ସମୟରେ ଏୟାରବ୍ୟାଗ୍ କାମ କରି ନଥିଲା।  

ବୟାନରେ କୁହାଯାଇଛି କି, ଆୟୋଗ ଗାଡ଼ିର ଦାମ୍‌ ୪,୩୫,୮୫୪ଟଙ୍କା ଓ ମୋକଦମାର ଖର୍ଚ୍ଚ ଭାବେ ୨୦,୦୦୦ଟଙ୍କା ଫେରେଇବାକୁ ଆଦେଶ ଦେଇଛି। ଆୟୋଗ ମୁତାବିକ , ଯଦି ଆଦେଶର ଏତ ମାସ ଭିତରେ ଏହା ପାଳନ କରାନଯାଏ ତ ଏହି ମୂଲ୍ୟ ଉପରେ ୯ ପ୍ରତିଶତ ସୁଧ ଲାଗିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.