ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଲକ୍ଷ୍ନୌରେ କାନାରା ବ୍ୟାଙ୍କର ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ , ଫସି ରହିଛନ୍ତି ଅନେକ ଲୋକ

ଲକ୍ଷ୍ନୌ : ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳରେ କାନାରା ବ୍ୟାଙ୍କର ବିଲ୍‌ଡିଂରେ ଘଟିଛି ଅଗ୍ନିକାଣ୍ଡ। ବିଲ୍ଡିଂର ଉପରେ ଥିବା ପୁନାୱାଲା ହାଉସିଂ ଫାଇନାନ୍ସର ବିଲ୍ଡିଂରେ ଭୀଷଣ ନିଆଁ ଲାଗିଛି । ନିଆଁକୁ ଦେଖି ଭୟଭୀତ ହୋଇ କିଛି ଲୋକ ଛାତରୁ ଡ଼େଇଁ ପଡ଼ି ଥିଲେ । ସେଠାରେ ଘଟଣା ସ୍ଥଳରେ ପହଞ୍ଚି ଥିବା ଦମକଳ ବିଭାଗର କର୍ମୀମାନେ ତୁରନ୍ତ ଭିତରେ ପଶି ୩୦ ଲୋକଙ୍କୁ ବାହାରକୁ ଆଣିଥିଲେ। ସେପଟେ ୩ ଜଣ ଲୋକ ଧୂଆଁରେ ଅଣନିଶ୍ୱାସୀ ହୋଇ ଯାଇ ଥିଲେ। ଯାହାଙ୍କୁ ସିଭିଲ ହସ୍ପିଟାଲ ପଠାଯାଇଛି।

ଅଗ୍ନିକାଣ୍ଡର ସୂଚନା ପାଇବା ପରେ ପୁଲିସ୍ ଅଧିକାରୀଙ୍କ ସହ ଡିଏମ୍‌ ସୂର୍ଯ୍ୟ ପାଲ୍‌ ଗଙ୍ଗୱାର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମିଡିଆ ସହ କଥାବାର୍ତ୍ତାରେ ସେ କହିଥିଲେ କି , କୌଣସି କାରଣବଶତଃ କାନାରା ବ୍ୟାଙ୍କର ବିଲ୍ଡିଂର ପ୍ରଥମ ମହଲା ସ୍ଥିତ ପୁନାୱାଲା ହାଉସିଂ ଫାଇନାନ୍ସରେ ନିଆଁ ଲାଗିଥିଲା। କେଉଁଥି ପାଇଁ ନିଆଁ ଲାଗିଥିଲା ଏହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । 

ସେପଟେ , ଘଟଣାସ୍ଥଳରେ ପହଞ୍ଚି ଦମକଳ ବିଭାଗ ନିଆଁକୁ କାବୁ କରିଛି। ଭିତରେ ଯେତେ ଲୋକ ଫଶି ଥିଲେ ତାଙ୍କୁ ସୁରକ୍ଷିତ ବାହାର କରାଯାଇଛି। 

Copyright © 2022 - Summa Real Media Private Limited. All Rights Reserved.