ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ମୋବାଇଲକୁ ପ୍ରତିଦିନ ଆସୁଛି ୧୨ ଜାଲ୍‌ ମେସେଜ୍, ଠକେଇର ସାଜିଛି ମାଧ୍ୟମ..

ନୂଆଦିଲ୍ଲୀ,୧୨/୧୧: ଭାରତୀୟଙ୍କୁ ପ୍ରତିଦିନ ହାରାହାରି ୧୨ ଜାଲ୍‌ ମେସେଜ ଆସୁଛି । ଇମେଲ, ହ୍ୱାଟସ ଆପ୍‌,ମୋବାଇଲ ଇନବକ୍ସ କିମ୍ବା ସୋସିଆଲ ମିଡିଆରେ ଏହି ମେସେଜ ସବୁ ଆସୁଛି । ଏଥିଯୋଗୁ ୟୁଜରଙ୍କ ସାପ୍ତାହିକ ୨ ଘଣ୍ଟାର ସମୟ ଅପଚୟ ଦେଉଛି । ଏହି ମେସେଜ ଗୁଡିକ ଦ୍ୱାରା ଲୋକମାନେ ଠକେଇର ଶିକାର ହେଉଛନ୍ତି । ମୋବାଇଲକୁ ଆସୁଥିବା ଲିଙ୍କ୍ ଖୋଲିଲେ ମାଲ୍‌ୱେର ଏବଂ ପେମେଣ୍ଟ ଠକେଇ ଭଳି ସମସ୍ୟା ଲୋକ ସାମ୍ନା କରୁଛନ୍ତି ।

ଆସୁଥିବା ମେସେଜର ବର୍ଗଗୁଡିକୁ ବିଚାର କଲେ ସବୁଠାରୁ ଅଧିକ ମେସେଜ ୬୪% ଜବ୍‌ ଅଫର କିମ୍ବା ଆଲର୍ଟ ଭାବେ ଆସୁଛି । ସେହିଭଳି ବ୍ୟାଙ୍କ ସମ୍ପର୍କିତ ୫୨% ଜାଲ ମେସେଜ ପାଉଛନ୍ତି ଲୋକେ । ଅଧ୍ୟୟନରେ ଭାଗ ନେଇଥିବା ୬୦% ଲୋକ କହିଛନ୍ତି କେଉଁ ମେସେଜ ଠିକ୍‌ ଓ କେଉଁଟି ଭୂଲ ସେ ସମ୍ପର୍କରେ ଜାଣିବା କଷ୍ଟକର ବୋଲି ମେକ୍‌ ଏ ଫି ରିସର୍ଚ୍ଚ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଜଣାପଡିଛି । ଅଧ୍ୟୟନରେ ଭାଗ ନେଇଥିବା ୯୦% ଲୋକ କହିଛନ୍ତି ଇମେଲ ଜରିଆରେ ତାଙ୍କୁ ଏଭଳି ଜାଲ୍‌ ମେସେଜ ଆସୁଛି । ସେହିଭଳି ସୋସିଆଲ ମିଡିଆରେ ଏଭଳି ମେସେଜ ପାଉଥିବା ୮୪% କହିଛନ୍ତି । ଜାଲ ମେସେଜ ଦ୍ୱାରା ଠକେଇ ଶିକାର ହୋଇଥିବା ୮୨% ଲୋକ କହିଛନ୍ତି । 

ଏହି ଗବେଷଣାରେ ୭ ଦେଶର ୭ ହଜାର ଯୁବବର୍ଗଙ୍କୁ ସାମିଲ କରାଯାଇଛି । ମେକ୍‌ ଏ ଫିର ବରିଷ୍ଠ ଉପସଭାପତି ରେମୋ ମୁଜୁମଦାର କହିଛନ୍ତି, ଜାଲ ମେସେଜ ଗୁଡିକୁ ଏଆଇ ମଧ୍ୟ ପ୍ରସ୍ତୁତ କରୁଛି । ଦେଶର ଅଧିକାଂଶ ଲୋକ ଏଭଳି ମେସେଜ ଦ୍ୱାରା ଠକେଇର ଶିକାର ହେଉଛନ୍ତି ।

ଏହି ମେସେଜ ଗୁଡିକୁ ଏଭଳି ଢ଼ଙ୍ଗରେ ପ୍ରସ୍ତୁତ କରାଯାଉଛି ଯାହା ଦ୍ୱାରା ଜାଣିବା କଷ୍ଟକର କେଉଁଟି ଠିକ୍‌ କେଉଁଟି ଜାଲ । ତେବେ ଜାଲ ମେସେଜ ସମ୍ପର୍କିତ ଠକେଇରୁ ବର୍ତ୍ତିବାକୁ ହେଲେ କୌଣସି ଲିଙ୍କରେ କ୍ଲିକ କରିବା ଆଗରୁ ସେ ସମ୍ପର୍କରେ ଅନେକ ଥର ଚିନ୍ତା କରିବା ଜରୁରୀ। ମିଳିଥିବା କୌଣସି ମେସେଜ ଠିକ୍‌ ହୋଇଥିବ ତାହା ମଧ୍ୟ ହୋଇ ନ ଥାଇପାରେ । ଗ୍ରାହକ ସ୍ପାମ୍‌ ପ୍ରୋଟେକ୍ସନ କିମ୍ବା ସ୍ପାମ ବ୍ଲକ ନିଜ ମୋବାଇଲରେ ରଖିବା ବୁଦ୍ଧିମାନର କାମ ହେବ ।

ଏ ନେଇ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ଲୋକଙ୍କୁ ସଚେତନ କରାଇଛି । ଫୋନକୁ କିମ୍ବା ସିମ୍‌କାର୍ଡକୁ ଡିସକନେକ୍ଟ କରିବା ସମ୍ପର୍କିତ କୌଣସି ବ୍ୟକ୍ତିଗତ ସୂଚନା କୌଣସି ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ । ସୂଚନା ଦେବା ଆଗରୁ ସେବା ଯୋଗାଣକାରୀଙ୍କ ସହ ଆଲୋଚନା କରନ୍ତୁ । ସେବା ବନ୍ଦ କରିବା ଲାଗି କୌଣସି ସୂଚନା ଟେଲିକମ ବିଭାଗ କଲ୍‌ ମାଧ୍ୟମରେ ପ୍ରଦାନ କରି ନଥାଏ । ଏ ସମ୍ପର୍କିତ କୌଣସି ବି କଲ୍‌ ଫ୍ରଡ ହୋଇପାରେ । କୌଣସି ସନ୍ଦିଗ୍ଧ କଲ୍‌କୁ ନ୍ୟାଶନାଲ ସାଇବର କ୍ରାଇମ ପୋର୍ଟାଲରେ ରିପୋର୍ଟ କରନ୍ତୁ ।

Copyright © 2022 - Summa Real Media Private Limited. All Rights Reserved.