ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ମହିଳାଙ୍କ ତୁଳନାରେ ଖରାପ ଅନୁଭୂତି କମ୍‌ ସେୟାର କରନ୍ତି ପୁରୁଷ, ଅଧ୍ୟୟନରୁ ସାମ୍ନାକୁ ଆସିଲା ତଥ୍ୟ

ନୂଆଦିଲ୍ଲୀ ୦୬/୧୦: ଆମ ଜୀବନରେ ଘଟୁଥିବା ଅନେକ ଘଟଣାବଳୀ ଏବଂ ସେଥିରୁ ମିଳୁଥିବା ଅନୁଭୂତି ବାବଦରେ ଆମେ ସାଙ୍ଗସାଥୀ କିମ୍ବା ନିଜ ଲୋକଙ୍କ ସହ ବାଣ୍ଟିଥାଉ । ସେଥିରୁ କିଛି ଭଲ ଏବଂ କିଛି ଖରାପ ଅନୁଭୂତି ରହିଥାଏ । ସଭିଏଁ ସେମାନଙ୍କ ସହ ଘଟିଥିବା କିଛି ଖରାପ ଘଟଣା ବା ନକାରାତ୍ମକ ଅନୁଭୂତିକୁ ସେୟାର କରିପାରି ନ ଥାନ୍ତି । ଏକ  ଅଧ୍ୟୟନ ଅନୁସାରେ ମହିଳାଙ୍କ ତୁଳନାରେ ପୁରୁଷମାନେ ନକାରାତ୍ମକ ଅନୁଭୂତିକୁ କମ୍‌ ସେୟାର କରିଥାନ୍ତି । 

ପେନ୍‌ସିଲଭାନିଆ କାର୍ନେଜି ମେଲନ୍‌ ୟୁନିଭର୍ସିଟି, ବାଏଜ୍‌ ବିଜ୍‌ନେସ ସ୍କୁଲ ଏବଂ ବୋକ୍କୋନି  ୟୁନିଭର୍ସିଟି ପକ୍ଷରୁ ମହିଳା ଏବଂ ପୁରୁଷଙ୍କ ବ୍ୟବହାର ଉପରେ ଏକ  ଅଧ୍ୟୟନ କରାଯାଇଥିଲା । କିଛି ଖରାପ ଖବର ଥିଲେ ସେମାନେ  କିପରି ଏବଂ କାହା ସହ ତାହାକୁ ସେୟାର କରିଥାନ୍ତି ତାହା ଏହି  ଅଧ୍ୟୟନର ଲକ୍ଷ୍ୟ ଥିଲା ।  ଜର୍ନାଲ ଅଫ୍‌ ଏକ୍ସପେରିମେଣ୍ଟାଲ ସୋସିଓ ସାଇକୋଲୋଜିରେ ପ୍ରକାଶିତ ଏହି ଅଧ୍ୟୟନ ରିପୋର୍ଟ ଅନୁସାରେ, ପୁରୁଷମାନେ  ସେମାନଙ୍କ ସହ ଘଟିଥିବା କିଛି ଖରାପ ଘଟଣା କିମ୍ବା କିଛି ନକରାତ୍ମକ  ଅନୁଭୂତିକୁ ଅପେକ୍ଷାକୃତ କମ୍‌ ସେୟାର କରିଥାନ୍ତି । ଅନେକ ସୂଚନାକୁ ପୁରୁଷମାନେ ଲୁଚାଇ ରଖିଥାନ୍ତି ବାସମ୍ପୂର୍ଣ୍ଣ ଭାବେ କହି ନ ଥାନ୍ତି । କିନ୍ତୁ ମହିଳାମାନେ ପୁରୁଷଙ୍କ ତୁଳନାରେ ସେମାନଙ୍କ ସହ ଘଟିଥିବା  ଖରାପ ଘଟଣା ଏବଂ ଅନୁଭୂତିକୁ ଅଧିକ  ସେୟାର କରିଥାନ୍ତି ।ଆଖପାଖର ଲୋକେ  କ’ଣ ଭାବିବେ ସେନେଇ ପୁରୁଷମାନେ ଚିନ୍ତିତ ଥାନ୍ତି । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ତାହା ବିପରୀତ  ଦେଖାଯାଇଛି । ମହିଳାଙ୍କ ସହ କିଛି ଭୁଲ୍‌ ଘଟଣା  ଘଟିଲେ କିମ୍ବା ଖରାପ ଅନୁଭୂତି ପାଇଲେ ତାହାକୁ ସେ  ଅନ୍ୟ ଆଗରେ ପ୍ରକାଶ କରିବାକୁ ଆଗ୍ରହ କରିଥାନ୍ତି । ଏହି  ଅଧ୍ୟୟନରେ ୧ ହଜାର ଜଣଙ୍କୁ ସାମିଲ କରାଯାଇଥିଲା । 

ବାଏଜ୍‌  ବିଜ୍‌ନେସ୍‌ ସ୍କୁଲର ପ୍ରଫେସର ଇରିନି ସ୍କୋପଲିଟିଙ୍କ କହିବା ଅନୁସାରେ, ଏବେର ସୋସିଆଲ ମିଡିଆ ଦୁନିଆରେ କୌଣସି କଥା ସେୟାର କରିବା, ଘଟଣା ବାବଦରେ ଜଣାଇବା ସାଧାରଣ ହୋଇଗଲାଣି । କିନ୍ତୁ ଅଧ୍ୟୟନରୁ ଜଣାପଡ଼ିଛି,ନକାରାତ୍ମକ ତଥ୍ୟ ପ୍ରକାଶ କରିବାର ଇଚ୍ଛା ଏବଂ ଅଭ୍ୟାସର କଥା ଆସିଲେ ଲିଙ୍ଗ ଏକ ବଡ଼ ତାରତମ୍ୟ ସୃଷ୍ଟି କରୁଛି । ମହିଳାଙ୍କ ତୁଳନାରେ ପୁରୁଷମାନେ ନିଜ ଖରାପ ଅନୁଭୂତି ସେୟାର କରିବା ଦ୍ୱାରା ନିଜକୁ ଅସୁରକ୍ଷିତ ମଣିଥାନ୍ତି ।

Copyright © 2022 - Summa Real Media Private Limited. All Rights Reserved.