ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ବ୍ୟାଙ୍କରେ ଟଙ୍କା ଜମା ହେବା ମେସେଜ ଆସିଲା କିନ୍ତୁ ଆକାଉଣ୍ଟ ଖାଲି

ତେନ୍ତୁଳିଖୁଣ୍ଟି, ୭।୧୧ ତେନ୍ତୁଳିଖୁଣ୍ଟି ବ୍ଳକର ଅଞ୍ଚଳଗୁମା ପଂଚାୟତର ବାଗନାଗୁଡା ଗ୍ରାମର ଜମ୍ବୁବତୀ ବିଷୋୟୀ  ୨୦୨୨ ଡିସେମ୍ବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୟନ ହୋଇଥିଲେ। ୨୩।୫ ।୨୦୨୩  ତାରିଖ ରେ କାର୍ଯାଦେଶ ମିଳିଛି।  କାର୍ଯାଦେଶ ନମ୍ବର ହେଲା ଓଡି/୨୧/୧୦୦/୨୧-୨୨ ରହିଛି। ୨୦୨୩ ଜୁନ ୨୪ରେ  ତାଙ୍କ ମୋବାଇଲକୁ ମେସେଜ  ଆସିଲା ଯେ ତମ ଆକାଉଣ୍ଟକୁ ପ୍ରଥମ କିସ୍ତି ଅର୍ଥ ୪୦ ହଜାର  ଡିପୋଜିଟ ହେଲା । ମାତ୍ର ଆଜିକୁ ଛଅ ମାସ ବିତିଗଲା  ପ୍ରଥମ କିସ୍ତି ମିଳିପାରୁ ନାହିଁ। ବ୍ଲକ ଅଫିସକୁ ବାରମ୍ବାର ଆସି ଅଭିଯୋଗ କଲେ ବି କେହି ଶୁଣୁ ନ ଥିବା ସେ ଜମ୍ବୁବତୀ କହିଛନ୍ତି।  କେହି ଚଞ୍ଚକତା କରିଥିବା ସନ୍ଦେହ କରୁଛନ୍ତି।

 ବ୍ଲକ କାର୍ଯ୍ୟାଳୟ ର ପ୍ରଧାନମନ୍ତ୍ରୀ ଗ୍ରାମୀଣ  ଆବାସ ଯୋଜନା କାର୍ଯ୍ୟ ଦାୟିତ୍ୱ ରେ ଥିବା ଡିପିସି ଉମା ମହେଶ୍ୱରୀଙ୍କୁ ପଚାରିବାରୁ  ସେ କହିଲେ   ଉକ୍ତଗ୍ରାମରେ ଦୁଇ ଜଣ ଜମ୍ବୁବତୀ ରହି ଥିବା ରୁ ଏପରି ତ୍ରୁଟି ହୋଇଛି।  ଦୁଇ ଜଣ  ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ଜମ୍ବୁବତୀ  ମଧ୍ୟ  ତାଙ୍କର  ପ୍ରାପ୍ୟ ପାଇବେ ବୋଲି କହିଛନ୍ତି। ଜମ୍ବୁବତୀ କହିଛନ୍ତି ମୋ ଘର କୁ ଯିଏ ବି ଚଞ୍ଚକତା କରିଛି ତାହାକୁ ଦଣ୍ଡିତ କରାଯାଉ ।

Copyright © 2022 - Summa Real Media Private Limited. All Rights Reserved.