ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମିଡ୍‌ ଡେ’ ମିଲ୍‌ ଚାଉଳ ଚୋରି ଅଭିଯୋଗ, ଶିକ୍ଷକକୁ ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ

କୋଲକାତା,୦୪/୧୨: ମିଡ୍‌ ଡେ’ ମିଲର ଚାଉଳ ଚୋରି ଅଭିଯୋଗରେ ସ୍ଥାନୀୟ ଲୋକ ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇ ଦେଇଥିଲେ ।  ଏପରିକି ଚୋରି ଅଭିଯୋଗରେ ଶିକ୍ଷକଙ୍କୁ  ମାଡ଼ ମାରିବା ଅଭିଯୋଗ ଆସିଛି । ଉତ୍ତର ୨୪  ପ୍ରଗଣାର ଦେଗଙ୍ଗାର ଚୌରାଶି ଗ୍ରାମ ପଞ୍ଚାୟତର ରାଜୁକବେରିଆରେ ଅବୈତନିକ ପ୍ରାଥମିକ  ବିଦ୍ୟାଳୟରେ ଚରମ ଉତ୍ତେଜନା ଦେଖାଦେଇଛି ।  

ସ୍ଥାନୀୟମାନଙ୍କ ଅଭିଯାଗ, ମିଡ୍‌ ଡେ ମିଲର ଚାଉଳ  ଚାରି କରି ଶୌଚାଳୟରେ ଲୁଚାଇ ରଖିଥିବା  ବେଳେ ସେମାନେ ଜଣେ ଶିକ୍ଷକଙ୍କୁ ଧରିଛନ୍ତି । ଏହି  ଘଟଣାକୁ ନେଇ କିଛି କ୍ଷଣ ମଧ୍ୟରେ ଉତ୍ତେଜନା  ସୃଷ୍ଟି ହୋଇଥିଲା । ଗ୍ରାମବାସୀ ଶିକ୍ଷକଙ୍କୁ ସ୍କୁଲରେ  ତାଲା ପକାଇ ମାଡ ମାରିଥିଲେ । ତେବେ ଗ୍ରାମବାସୀ  ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟର ଭାରପ୍ରାପ୍ତ  ପ୍ରଧାନଶିକ୍ଷକ ସମୀର କୁମାର ଦେ ଦୀର୍ଘଦିନ ଧରି ସ୍କୁଲରୁ ଚାଉଳ ଚୋରି କରିଆସୁଥିଲେ । ଏହା  ବ୍ୟତୀତ ସେ ଛାତ୍ରଛାତ୍ରୀମାନଙ୍କ ସହ ଖରାପ  ବ୍ୟବହାର କରନ୍ତି । ଶନିବାର ଦିନ ଗ୍ରାମବାସୀ ଏକତ୍ରିତ ହୋଇ ବିଦ୍ୟାଳୟକୁ ଆସିଥିଲେ ।  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର ଏବଂ ସହକାରୀ  ଶିକ୍ଷକ ଚୈତନ୍ୟ ପାଲଙ୍କୁ ଅଟକ ରଖାଯାଇଥିଲା ।  ପରେ ଦେଗଙ୍ଗା ଥାନାର ପୁଲିସ ଘଟଣାସ୍ଥଳରେ  ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । 

ଅନ୍ୟପକ୍ଷରେ ବିଦ୍ୟାଳୟର ସହ-ଶିକ୍ଷକ ଚୈତନ୍ୟ  ପାଲ ପୁଣିଥରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ  ଦସ୍ତଖତ ଜାଲିଆତି ହୋଇଛି ଏବଂ ଚାଉଳ ଚୋରି  ହୋଇ ଦିନକୁ ଦିନ ସ୍କୁଲରୁ ବିକ୍ରି ହେଉଛି । ଗ୍ରାମବାସୀ  ମଧ୍ୟାହ୍ନ ଭୋଜନର ହିସାବ ଦେଖିବାକୁ ଚାହିଁଥିଲେ ।  ସେହି ହିସାବରୁ ମିଳିଥିବା ଗଣନା ଦେଖିବା ପରେ  ସେମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ପଚରାଉଚରା  କରିଥିଲେ । ଅନ୍ୟପକ୍ଷରେ ସହ-ଶିକ୍ଷକ ତାଙ୍କ  ଦସ୍ତଖତ ଜାଲିଆତି କରି ଚୋରି କରିଥିବା ଦାବି  କରିଆସୁଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ପ୍ରତିଦିନ ୪୦ ରୁ ୫୦ ଜଣ ଛାତ୍ରଛାତ୍ରୀଙ୍କ  ଉପସ୍ଥିତି ଦର୍ଶାଇ ମିଡ୍‌ ଡେ ମିଲ ପାଇଁ ଆବଣ୍ଟିତ  ଚାଉଳ ଚୋରି କରୁଛନ୍ତି । 

ଗାଁର ଜଣେ ବାସିନ୍ଦା  କହିଛନ୍ତି, ମିଡ୍‌ ଡେ ମିଲର ଚାଉଳକୁ ଶୌଚାଳୟରେ  ରଖିବା ଘୃଣ୍ୟ କଥା । ଯଦି ତୁମେ ଚୋରି କରୁନାହଁ,  ତୁମେ ସେଠାରେ ଚାଉଳ କାହିଁକି ରଖିଲ । ଗ୍ରାମବାସୀ  ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏହା  ବ୍ୟତୀତ ଦୁଇ ଶିକ୍ଷକଙ୍କୁ ସ୍ଥାନାନ୍ତର କରାଯାଇଛି  ଏବଂ ସେମାନଙ୍କ ବିରୋଧରେ ଆଇନଗତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.