ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗଇଲୋ ଘାଟିରେ ମିନି ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ସହଯୋଗୀ

ଦେବଗଡ଼, ୨୧।୧: ଦେବଗଡ଼ ଥାନା ଅନ୍ତର୍ଗତ ଲଇମୁରା ରାସ୍ତାର ଗଇଲୋ ଘାଟିରେ ଏକ ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ୍‌ଟି ରାସ୍ତାକଡ଼ର ସୁରକ୍ଷା ବାଡ଼ ଡେଇଁ ଘାଟି ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି l ୨୦୧୭ ଏପ୍ରିଲ ୧୬ରେ ଯେଉଁ ସ୍ଥାନରେ ବସ୍ ଦୁର୍ଘଟଣାରେ ୨୭ ଜଣ ଯାତ୍ରା କଳାକାରଙ୍କ ଜୀବନ ଯାଇଥିଲା ଠିକ୍ ସେହି ସ୍ଥାନରେ ହିଁ ସମାନ ଢଙ୍ଗରେ ରବିବାର ଏହି ଦୁର୍ଘଟଣା ଘଟିଛି l 

ସୂଚନା ଅନୁଯାୟୀ, ଝରାଗୋଗୁଆ ଗ୍ରାମରେ ଥିବା ଏକ ଫାର୍ମରୁ ୪୦୭ନଂ ମିନି ଟ୍ରକ୍‌ରେ ଅଣ୍ଡା ବୋଝେଇ କରି କେନ୍ଦୁଝର ଅଭିମୁଖେ ଯାଉଥିଲା । ଏତିକି ବେଳେ ଚାଳକ ଜଣକ ଭାରସାମ୍ୟ ହରାଇ ଘାଟି ରାସ୍ତାରେ ଥିବା ସୁରକ୍ଷା ବାଡ଼ ଡେଇଁ ଘାଟି ତଳକୁ ଖସିଯାଇଥିଲା । ଫଳରେ ଗାଡ଼ିଟି ଭାଙ୍ଗିରୁଜି ଚୁରମାର୍ ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ ଗାଡ଼ି ଚାଳକ ଓ ସହଯୋଗୀ ଜଣକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଚାଳକ ଓ ସହଯୋଗୀ ଜଣକ ହେଲେ କେନ୍ଦୁଝର ଜିଲ୍ଲା ନରଣପୁର ଗ୍ରାମର ସତ୍ୟଜିତ ସାହୁ ଓ ସହାୟକ ସରୋଜ ମାଝୀ l ସ୍ଥାନୀୟ ଲୋକଙ୍କ ସହାୟତରେ ଉଭୟ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.