ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଖରୁ ମେଲ୍‌ ପାଇଛି ଇଡି, ଜାନୁଆରୀ ୩୧ରେ ତଦନ୍ତରେ ହେବେ ସାମିଲ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀଙ୍କ ସଂପର୍କ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଇଡିକୁ ଏକ ମେଲ୍‌ ମିଳିଥିବା ନେଇ କୁହାଯାଉଛି । ଯେଉଁଥିରେ ସୋରେନ ଜାନୁଆରୀ ୩୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଦର୍ଶାଯାଇଛି । ଏହା ପୂର୍ବରୁ ଇଡି ଅଧିକାରୀ ହେମନ୍ତ ସୋରେନଙ୍କ ସହ ସଂପର୍କ କରିବାକୁ ଚେଷ୍ଟା କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନଥିଲା । ହେମନ୍ତ ସୋରେନ୍‌ ଚାଟାର୍ଡ ପ୍ଲେନରେ ଦିଲ୍ଲୀ ପହଞ୍ଚିଥିଲା । ହେଲେ ଏହା ପରେ ଯେଁ କେଉଁଠାକୁ ଗଲେ ସେନେଇ ଇଡିକୁ ସୂଚନା ମିଳିପାରି ନଥିଲା । 

ସେପଟେ ତାଙ୍କର ଚାଟାର୍ଡ ପ୍ଲେନ୍‌ ଦିଲ୍ଲୀ ଏୟାରପୋର୍ଟରେ ଛିଡ଼ା ହୋଇଛି । ଜମି ଦୁର୍ନୀତି ମାମଲାରେ ଜେରା କରିବା ଲାଗି ଆଜି ଇଡିର ଏକ ଟିମ୍‌ ସକାଳ ୭ଟାରେ ଦିଲ୍ଲୀସ୍ଥିତ ସୋରେନଙ୍କ ଘର ଶାନ୍ତିନିକେତନରେ ପହଞ୍ଚିଥିଲା । ସୋରେନଙ୍କ ବାସଭବନରୁ ଇଡିକୁ କେତେକ କାଗଜପତ୍ର ମଧ୍ୟ ମିଳିଛି । ହେଲେ ହେମନ୍ତ ସୋରେନଙ୍କୁ ଖୋଜି ପାଇନଥିଲା ଇଡି । ପୂର୍ବରୁ ସୋରେନଙ୍କୁ ଥରେ ଇଡି ପଚରା ଉଚରା କରିଥିଲା । ଦ୍ବିତୀୟ ଥର ଜେରା ଲାଗି ଇଡି ତାଙ୍କୁ ସମୟ ମାଗିଥିଲା ।

 ଦିଲ୍ଲୀରେ ସୋରେନ ନମିଳିବାରୁ ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ବାସଭନରେ ଇଡିର ଏକ ଟିମ୍ ମଧ୍ୟ ପହଞ୍ଚିଥିଲା । କୁହାଯାଉଛି ଇଡିକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଏକ ମେଲ୍‌ ମିଳିଥିବା ବେଳେ ସେ ୩୧ ତାରିଖରେ ଜେରା ଲାଗି ସହଯୋଗ କରିବେ ବୋଲି କହିଛନ୍ତି । ସେପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି ଯେ, ଶନିବାର ଦିଲ୍ଲୀ ପହଞ୍ଚିବା ପରେ ହେମନ୍ତ ସୋରେନ୍‌ ସୁପ୍ରିମକୋର୍ଟ ଓକିଲ ତଥା କଂଗ୍ରେସ ନେତା ଅଭିଷେକ ମନୁ ସାଂଘଭୀ ଏବଂ କପିଲ ଶିବଲଙ୍କୁ ଭେଟିଥିଲେ ।

ଏପରକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ସେ ସମୟ ମାଗିଥିଲା । ହେଲେ ତାଙ୍କୁ ସମୟ ମିଳିନଥିଲା । ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦଶମ ଥର ଲାଗି ସମନ ଜାରି ହୋଇଥିଲା   । ସମନ ମିଳିବା ପରେ ଶନିବାର ସୋରେନ୍‌ ଦିଲ୍ଲୀ ଚାଲିଆସିଥିଲେ । ଇଡି ନିଜର ସମନ ଜରିଆରେ ଜାନୁଆରୀ ୨୯ରୁ ୩୧ ମଧ୍ୟରେ ପଚରା ଉଚରା ଲାଗି ହେମନ୍ତ ସୋରେନକୁ ସମୟ ମାଗିଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.