ଭୁବନେଶ୍ୱର,୦୯/୧୧: ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବିରାଟ ମିଶ୍ରଣ ପର୍ବ ହୋଇଥିଲା । କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ । କୋରାପୁଟ ଜିଲ୍ଲା ବିଜେଡି ବରିଷ୍ଠ ନେତା ତଥା ଗତ ସାଧାରଣ ନିର୍ବାଚନରେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ରଘୁରାମ ମାଛ ବିଜେପିରେ ଯୋଗ ଦେଇଛନ୍ତି । ଜୟପୁର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ହିମାଂଶୁ ମହାପାତ୍ର ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଅନେକ ବରିଷ୍ଠ ନେତା ଓ ବିଶିଷ୍ଟ ବ୍ୟକ୍ତିତ୍ୱ ବିଜେପିରେ ମିଶିଛନ୍ତି । ସେ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ରାଜ୍ୟବାସୀ ଏବେ ବିଜେଡିର ବିକଳ୍ପ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।
ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ଼ କରିବ । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବ । ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ନିଶ୍ଚିତ ହେବ ବୋଲି ଶ୍ରୀ ସାମଲ କହିଥିଲେ ।କୋରାପୁଟ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନାଗେଶ୍ୱର ପାଞ୍ଜିଆ ଓ ରମା କୁମାରୀ ସିଂହ, ସରପଞ୍ଚ ସବିତା ଡାମି ଓ କୈାଶଲ୍ୟା ଜାନୀ, ସମିତି ସଦସ୍ୟ ପ୍ରତିମା ଜାନୀଙ୍କ ସମେତ ନାରାୟଣ ନାୟକ, ଚନ୍ଦ୍ରଶେଖର ଖରାଢେ, ସୋମନାଥ ତୁରୁକ, ସେମନାଥ ମାଝୀ, ପଡୁ ମୁଦୁଲୀ, ଧର୍ମ ପୂଜାରୀ, ହରି ଖେମୁଣ୍ଡୁଙ୍କ ସହ ଶତାଧିକ ସମର୍ଥକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନମଣ୍ଡଳୀର ଡା. ଫକିର ନାୟକ, ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ପ୍ରସନ୍ନ ମହନ୍ତ, ଅକ୍ଷୟ ସାହୁ, ହେମନ୍ତ ସାହୁ, ଗୋପବନ୍ଧୁ ବାଗ୍, ରାଧାକାନ୍ତ ମହନ୍ତ, ବିଜେଡି ନେତା ଆଦିକାନ୍ତ ବାଗ, ଟୁନୁ ସାହୁ, ସତ୍ୟାନନ୍ଦ ସାହୁ, ଅବସରପ୍ରାପ୍ତ ସେନାଧିକାରୀ ବାଲିଆ ହାଁସଦା, ସମାଜସେବୀ ବଢିଆ ମୁଣ୍ଡାଙ୍କ ସମେତ ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । କଟକ ଜିଲ୍ଲା ବଡମ୍ବା ବିଧାନସଭା ନିର୍ବାଚନମଣ୍ଡଳୀ ଅଞ୍ଚଳର ପ୍ରାକ୍ତନ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଆରଏସ୍) ସମ୍ବିତ୍ ତ୍ରିପାଠୀ ବିଜେପିରେ ଯୋଗ ଦେଇଛନ୍ତି ।
କେନ୍ଦ୍ରାପଡ଼ା କନିକା ରାଜପରିବାରର ସଦସ୍ୟା ଦୁର୍ଗାଦେବୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତେର୍ାଲ ନିର୍ବାଚନମଣ୍ଡଳୀର ସୟଦ ମୁକ୍ତାର ଅଲ୍ଲୀଙ୍କ ନେତୃତ୍ୱରେ ହାଜି ଲିୟାତ୍ ଅଲ୍ଲୀ, ମୌଲନା ହାଜି ଅବଦୁଲ ରହେମାନ ଖାନ୍, ମୁକ୍ତାର ଖାନ, ତରକୁନ୍ଦ ବ୍ଲକ୍ ପୂର୍ବତନ ନାଏବ ସରପଞ୍ଚ ଆଜାଦ୍ ବେଗମ୍, କଂଗ୍ରେସ ସଂଖ୍ୟାଲଘୁ ପ୍ରକୋଷ୍ଠର ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ୟସ୍ମିନ ଖାତୁନଙ୍କ ସମେତ କଂଗ୍ରେସ ଓ ବିଜେଡିର ଶତାଧିକ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ବ୍ୟାଙ୍କ ପଦାଧିକାରୀ ତଥା ଆଇଟି ବିଶେଷଜ୍ଞ ରାଜେଶ୍ୱରୀ ଦାସ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, କସ୍ତୁରୀ ମିଶ୍ର, କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପୂର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।