ମୁମ୍ୱାଇ : ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଛାତି ଯନ୍ତ୍ରଣା ହେବାରୁ ଆଜି (୧୦ ଫେବ୍ରୁଆରୀ ) ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ହସ୍ପିଟାଲ ଏବେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍ ଦେଇଛି। ଅଭିନେତାଙ୍କୁ ଷ୍ଟ୍ରୋକ୍ ଆସି ଥିଲା , ଯାହା ପରେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାରରେ ଭର୍ତ୍ତି କରାଇବାକୁ ପଡ଼ିଛି। ଡାକ୍ତରଙ୍କ ଟିମ୍ ଲଗାତାର ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ତାଙ୍କୁ ଏବେ କିଛି ଦୁର୍ବଳତା ଅନୁଭବ ହେଉଛି।
ରଣବୀରଙ୍କ ‘ରାମାୟଣ’ରେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଏଣ୍ଟ୍ରି , ସୂର୍ପଣଖା ଭୂମିକାରେ ଆସି ପାରନ୍ତି ନଜର !
ହସ୍ପିଟାଲ କହିଛି, ମିଥୁନ୍ ଚକ୍ରବର୍ତ୍ତୀଙ୍କୁ Ischemic Cerebrovascular Accident (ଷ୍ଟ୍ରୋକ୍) ଆସିଥିଲା , ଯାହାର ସଂପର୍କ ବ୍ରେନ୍ ସହ ରହିଛି। ଏବେ ସେ ସଂପୂର୍ଣ୍ଣ ରୂପେ ହୋସ୍ରେ ଅଛନ୍ତି। ହସ୍ପିଟାଲ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତା ମିଥୁନ ଚକ୍ରବର୍ତ୍ତୀ (୭୩)ଙ୍କୁ ଡାହାଣ ଓ ଉପର ଓ ନିମ୍ନ ଅଙ୍ଗରେ ଦୁର୍ବଳତାର ଅଭିଯୋଗ ହୋଇଛି। ଏହାପରେ ସକାଳ ୯.୪୦ଟାରେ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲର ଏମର୍ଜେନ୍ସି ଡିପାର୍ଟମେଣ୍ଟକୁ ଅଣାଯାଇ ଥିଲା, ମସ୍ତିଷ୍କର ଏମଆରଆଇ ସହିତ ଅନ୍ୟ ଜରୁରୀ ଟେଷ୍ଟ ଓ ରେଡିଏଲଜି ଯାଞ୍ଚ କରାଯାଇଛି। ତାଙ୍କୁ ବ୍ରେନ୍ର Ischemic Cerebrovascular Accident (ଷ୍ଟ୍ରୋକ୍) ହୋଇଥିବା ଜଣାପଡ଼ିଛି। ଏବେ ସେ ସଂପୂର୍ଣ୍ଣ ଭାବେ ହୋସ୍ରେ ଅଛନ୍ତି। ହାଲକା ଖାଦ୍ୟ ଖାଉଛନ୍ତି।
ବୟାନରେ ଆଗକୁ କୁହାଯାଇଛି କି, ମିଥୁନ୍ ଚକ୍ରବର୍ତ୍ତୀ ନ୍ୟୁରୋ ଫିଜିସିଆନ, କାର୍ଡିଓଲଜିଷ୍ଟ ଓ ଗ୍ୟାଷ୍ଟ୍ରୋ ଏଣ୍ଟ୍ରେରୋଲଜିଷ୍ଟ ସହ ଡାକ୍ତରଙ୍କ ଏକ ଟିମ୍ର ନିରୀକ୍ଷଣରେ ରହିଛନ୍ତି।
ଉଲ୍ଲେଖନୀୟ ଯେ, ଶନିବାର ସକାଳେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ କହିଛନ୍ତି କି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କର ରୁଟିନ୍ ଚେକ୍ଅପ୍ ଚାଲିଛି।