ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

କାନାଡାକୁ ମୋଦି ସରକାରଙ୍କ ମେସେଜ୍ : ବିବାଦରେ ତୁମର କ୍ଷତି ହିଁ ହେବ ,ଆମର କିଛି ଯିବ ନାହିଁ

ନୂଆଦିଲ୍ଲୀ  : ଭାରତ -କାନାଡା ମଧ୍ୟରେ ଅନେକ ମାସରୁ ବିବାଦୀୟ ସ୍ଥିତି ଲାଗି ରହିଛି। ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାକୁ ନେଇ କାନାଡୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ଅଭିଯୋଗ ପରେ ଦୁଇ ଦେଶର ସଂପର୍କ ଖରାପ ହୋଇ ଯାଇଛି। ଭାରତ ସରକାର ମଧ୍ୟ ପାଲଟା ଆକ୍ରମଣ କରି ଭାରତରେ ଥିବା ଅନେକ କାଡାନୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡ଼ିବାର ଅଲଟିମେଟ ଦେଇଥିଲେ, ଯାହା ପରେ ୪୧ଜଣ କୂଟନୀତିଜ୍ଞଙ୍କୁ ଅନ୍ୟ ଦେଶକୁ ପଠାଇ ଦେଇଥିଲେ। ଉଭୟ ଦେଶରେ ଜାରି ବିବାଦ ମଧ୍ୟରେ ମୋଦି ସରକାର ଏବେ କାନାଡାକୁ ଦୃଢ ବାର୍ତ୍ତା ଦେଇଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍‌ ସମିଟି ୨୦୨୩ ( HTLS) ରେ ସାମିଲ ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀ ପୀୟୁଷ ଗୋୟଲ ସ୍ପଷ୍ଟ କରି ଦେଇଛନ୍ତି କି, କାନାଡା ହିଁ ଏହି ସଂପର୍କ ଖରାପ କରିଛି ଏବଂ ଏଥିରେ ଭାରତର ନୁହେଁ , କାନାଡାର ହିଁ କ୍ଷତି ହେବାକୁ ଯାଉଛି।  

ଏହା ଦୁର୍ଭାଗ୍ୟପୂର୍ଣ୍ଣ , ଉସୁକାଇବା ଭଳି କାରନାମା : କାନାଡାର ହେଲିକପ୍ଟର ଦକ୍ଷିଣ ଚୀନ୍‌ ସାଗର ଉପରେ ଉଡିବା ନେଇ ଚାଇନାର ଅଭିଯୋଗ

HTLS 2023ରେ ପୀୟୁଷ ଗୋୟଲଙ୍କୁ କାନାଡା ମାମଲାରେ ମଧ୍ୟ ପ୍ରଶ୍ନ କରାଯାଇଛି। ଏହା ଉପରେ ସେ ଦୃଢ ଜବାବ ଦେଲେ , କହିଲେ– କନାଡା ସହ ଆମେ କୌଣସି କଥାବାର୍ତ୍ତା ରୋକି ନାହୁଁ। ସେ ହିଁ ରୋକିଛନ୍ତି। ସେଠାରେ କିଛି ଭ୍ରମ ରହିଛି କି, ନେତାଙ୍କ ଭିତରେ। ଏହି ଭ୍ରମ ପୂରା ମୂଲ୍ୟହୀନ। ଏଥିରେ ତାଙ୍କର କ୍ଷତି ହେବ, ଭାରତର ନୁହେଁ। ଆମର ମାର୍କେଟ୍‌ ବଡ଼। ଏବେ ଅଭାବକୁ କାନାଡା ଓ ସେଠାର ଇକୋନୋମି ପୂରଣ କରିବ। ଏହା ବ୍ୟତୀତ ,ପୀୟୁଷ ଗୋୟଲ ଏହା ବି କହିଛନ୍ତି କି ୟୁକେ ସହ ଆମର ଆଲୋଚନା ଭଲରେ ଚାଲିଛି। ଏଥିରେ ଆମେ ଜୟଶଙ୍କର , ନିର୍ମଳା ଜୀ ମିଶି ଦେଶ ହିତରେ ନିଷ୍ପତ୍ତି ନେବୁ। ଲୋକଙ୍କୁ ପରାମର୍ଶ ଦେଇ ନିଷ୍ପତ୍ତି ନିଆଯାଏ । ଏହା ପୁରୁଣା ଏଫଏଟିଏ ନୁହେଁ , ଯାହାକି କଂଗ୍ରେସର ସମୟ ଥିଲା , ଯାହାକୁ ପ୍ରତିଦିନ ଭାରତୀୟ ଉଦ୍ୟୋଗ ଲୋକେ ଗାଳି ଦେଉଛନ୍ତି କି ଆମକୁ ଫେୟାର ଡିଲ୍‌ ମିଳିନାହିଁ । ଆମର ଯେତେ ବି ଏଫଟିଏ ହୋଇଛି , ଏହାର ସମାଲୋଚନା ଦେଖିବାକୁ ମିଳିବ ନାହିଁ। 

ଉଲ୍ଲେଖନୀୟ ଯେ, କାନାଡାରେ ଗତ କିଛି ବର୍ଷ ହେବ ଖଲିସ୍ତାନୀ ଆନ୍ଦୋଳନରେ ବୃଦ୍ଧି ଘଟିଛି। ଅନେକ ଖଲିସ୍ତାନୀ ସମର୍ଥକମାନେ ସମୟ ସମୟରେ ଖଲିସ୍ତାନର ସମର୍ଥକଙ୍କ ମଧ୍ୟରେ କାନାଡାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାକୁ ନେଇ ଜି-୨୦ ବେଳେ ଯେବେ ଜଷ୍ଟିନ୍‌ ଟ୍ରୁଡୋ ଭାରତ ଆସିଥିଲେ ତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଲୋଚନାରେ ଏହି ମାମଲା  ଉଠାଇ ଥିଲେ। ପରେ ସପ୍ଚେମ୍ୱରରେ ହିଁ ଟ୍ରୁଡୋ ସଂସଦରେ ଏକ ବୟାନ ଦେଇ ହଙ୍ଗାମା ସୃଷ୍ଟି କରିଥିଲେ। ସେ ଖଲିସ୍ତାନୀ ଆତଙ୍କୀ ହରଦୀପ୍‌ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତୀୟ ଏଜେନ୍ସିଙ୍କ ହାତ ଥିବାର କଥା କହିଥିଲେ। 

Copyright © 2022 - Summa Real Media Private Limited. All Rights Reserved.